Top Stories

Search here...

News

ଶେଷ ଯାତ୍ରାରେ ସଂଗୀତଜ୍ଞ ବାପି ଲାହିର

Posted On - 7 minutes ago
Edited By Team BbsrReporters
LAST UPDATED Feb 17, 2022 05:33 PM

ମଙ୍ଗଳବାର ରାତି ୧୧ଟା ୪୫ରେ ୬୯ ବର୍ଷ ବୟସରେ ବାପି ଲାହିରିଙ୍କ ଦେହାନ୍ତ ହୋଇଛି ।

 

BBSR Reporters

 

ମୁମ୍ବାଇ: ଶେଷ ଯାତ୍ରାରେ ସଂଗୀତଜ୍ଞ ବାପି ଲାହିର । ଆଜି ତାଙ୍କର ଶେଷ କୃତ୍ୟ ସମ୍ପଣ୍ଣ କରାଯିବ । ବିଲେ ପାର୍ଲି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତାଙ୍କ ପୁଅ ଆମେରିକାରେ ରହୁଥିବାରୁ ଅନ୍ତିମ ସଂସ୍କାରରେ ବିଳମ୍ବ ହୋଇଛି । ଗତକାଲି ରାତିରେ ବାପି ଲାହିରିଙ୍କ ପୁଅ ଆମେରିକାରୁ ଆସି ମୁମ୍ବାଇରେ ପହଂଚିଛନ୍ତି । ମଙ୍ଗଳବାର ରାତି ୧୧ଟା ୪୫ରେ ୬୯ ବର୍ଷ ବୟସରେ ବାପି ଲାହିରିଙ୍କ ଦେହାନ୍ତ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ବଲିଉଡରେ ‘ଡିସ୍କୋ କିଙ୍ଗ’ ଭାବେ ପରିଚିତ ଥିଲେ ବାପି ଲାହିରି ।

 

ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର, ଶରାବି, ଡାଟି ପିକଚର ଭଳି ଅନେକ ସୁପରହିଟ୍ ଫିଲ୍ମରେ ସେ ମ୍ୟୁଜିକ୍ କମ୍ପୋଜ କରିଛନ୍ତି । ମୁଖ୍ୟତଃ ଅଶି ଓ ନବେ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’ । କେବଳ ହିନ୍ଦୀ ଗୀତ ନୁହେଁ ଏକାଧିକ ଭାଷାରେ ଗୀତ ଗାଇ ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି ବାପି ଲାହିରି । ଓଡିଆ ଭାଷାରେ ବି ଗୀତ ଗାଇଛନ୍ତି ବାପି ଦା’ । ଓଡିଆ ଭାଷାରେ ଇଷ୍ଟର୍ଣ୍ଣ ମିଡିଆ ଇଂଟରଟେନମେଂଟ ପ୍ରଯୋଜନାରେ ‘ମୋ ଦୁନିଆ ତୁହିଁ ତୁ’ ପାଇଁ ଗୀତ ଗାଇଛନ୍ତି ବାପି ଦା’ । ଶେଷ ଥର ପାଇଁ ବାଗି-ଥ୍ରି ପାଇଁ ମ୍ୟୁଜିକ୍ କମ୍ପୋଜ୍ କରିଥିଲେ ବାପି ଲାହିରି ।

Related News
satta king tw