Top Stories

Search here...

News

ପୁଣି ଅପରିବର୍ତିତ ରହିଲା ରେପୋ ରେଟ୍

Posted On - 11 minutes ago
Edited By Team BbsrReporters
LAST UPDATED Feb 10, 2022 12:42 PM

ରିଭର୍ସ ରେପୋ ରେଟ୍ ପୂର୍ବ ପରି ୩ ଦଶମିକ ୩୫ ପ୍ରତିଶତ ରହିବ ବୋଲି ନିଷ୍ପତି ହୋଇଛି ।

 

BBSR Reporters

 

ନୂଆଦିଲ୍ଲୀ: ପୂର୍ବ ପରି ରେପୋ ରେଟ୍ ୪ ପ୍ରତିଶତ ରହିବ । ସେହିପରି ରିଭର୍ସ ରେପୋ ରେଟ୍‌ରେ ମଧ୍ୟ କୌଣସି ପରିବର୍ତନ କରାଯାଇନାହିଁ । ରିଭର୍ସ ରେପୋ ରେଟ୍ ପୂର୍ବ ପରି ୩ ଦଶମିକ ୩୫ ପ୍ରତିଶତ ରହିବ ବୋଲି ନିଷ୍ପତି ହୋଇଛି ।

 

ମୁଦ୍ରା ନୀତି ବୈଠକରେ ହୋଇଥିବା ନିଷ୍ପତି ନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ସେ କହିଛନ୍ତି ୨୦୨୨-୨୩ରେ ରିୟଲ ଜିଡିପି ଗ୍ରୋଥ୍ ୭ ଦଶମିକ ୮ ପ୍ରତିଶତ ରହିବା ଅନୁମାନ କରାଯାଉଛି । ଏହା ସହ ଆରବିଆଇ ଗଭର୍ଣ୍ଣର କହିଛନ୍ତି କରୋନାର ତୃତୀୟ ଲହର ଯୋଗୁ ଆର୍ଥିକ ସ୍ଥିତିରେ କିଛି ମାତ୍ରାରେ ପ୍ରଭାବ ପଡ଼ିଛି ।

Related News
satta king tw