Top Stories

Search here...

News

ଟ୍ରକ୍ ଧକ୍କାରେ ୬ ମୃତ

Posted On - 10 minutes ago
Edited By Team BbsrReporters
LAST UPDATED Jan 22, 2022 03:37 PM

ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଏକ ବର୍ଷର ଶିଶୁ ଅଛନ୍ତି।

 

BBSR Reporters

 

ସୋର: ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌। ଫଳରେ ବସ୍‌ଟି ଓଲଟି ପଡ଼ିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଏକ ବର୍ଷର ଶିଶୁ ଅଛନ୍ତି। ସେହିପରି ୨୦ରୁ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବିଦୁ ଛକରେ। ଦୁର୍ଘଟଣାସ୍ଥଳରେ ଚାଲିଛି ଉଦ୍ଧାର କାର୍ଯ୍ୟ l

 

ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସୋର ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ସେମାନଙ୍କ ମୃତ୍ୟୁ ଘଟି ସାରିଥିଲା। ସେହିପରି ସୋର ଡାକ୍ତରଖାନାରେ ୨୦ ଜଣ ଆହତ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୬ ଜଣ ଯାତ୍ରୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ ‘ଶାନ୍ତିଲତା’ ଉଦଳାରୁ ଭୁବନେଶ୍ୱର ଯାଉଥିଲା। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହା ବିଦୁ ଛକରେ ବସ୍ ଷ୍ଟପ୍‌ରେ ଅଟକିଥିଲା।  ସେଠାରେ କିଛି ଯାତ୍ରୀ ଓହ୍ଲାଉଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ବସ୍‌ଟିକୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ରାସ୍ତାକଡ଼ ଖାଲକୁ ଖସି ଯାଇ ଓଲଟି ପଡ଼ିଥିଲା।

 

ବସ୍‌କୁ ଧକ୍କା ଦେବା ପରେ ଟ୍ରକ୍‌ଟି ମଧ୍ୟ ଓଲଟି ପଡ଼ିଥିଲା। ବସ୍‌ଟି ରାସ୍ତାକଡ଼ ଖାଲ ଭିତରକୁ ଖସି ଯାଇ ଓଲଟି ପଡ଼ିଥିବା ବେଳେ ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।ଯେଉଁ ଯାତ୍ରୀମାନଙ୍କର କିଛି ହୋଇନି ଓ ଯେଉଁ ମାନେ ସାମାନ୍ୟ ଆହତ ହୋଇଛନ୍ତି ଏବଂ ଯାତ୍ରା କଲା ଭଳି ସ୍ଥିତିରେ ଅଛନ୍ତି, ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ବ୍ୟବସ୍ଥା କରିବାକୁ ବାଲେଶ୍ୱର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

 

Related News
satta king tw