Top Stories

Search here...

News

ଆଜି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ

Posted On - 1 hour ago
Edited By Team BbsrReporters
LAST UPDATED Jan 20, 2022 08:10 PM

ପୂର୍ବରୁ ଏହି ମିଜାଇଲ୍ର ଲକ୍ଷ ଭେଦ କ୍ଷମତା ୨୯୦ କିଲୋମିଟର ଥିବା ବେଳେ ପ୍ରଥମଥର ପାଇଁ ଏହାର ଲକ୍ଷ୍ୟ ଭେଦ କ୍ଷମତାକୁ ପରିବର୍ଦ୍ଧିତ କରାଯାଇଛି । ପୂର୍ବ ଅପେକ୍ଷା ଏହି ମିଜାଇଲ ୪ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି ।

 

BBSR Reporters

 

ବାଲେଶ୍ୱର: ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ ହୋଇଛି । ଏହା ବ୍ରହ୍ମୋସର ଅପଡେଟେଡ୍ ଭର୍ସନ । ଏହି ମିଜାଇଲରେ ଲାଇଫ ଏକ୍ସଟେନସନ ଟେକନୋଲୋଜିର ବ୍ୟବହାର କରାଯାଇଛି । ଚାନ୍ଦିପୁର ପରିକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ଦିନ ୧୦ଟା ୪୦ ମିନିଟରେ ଏହି  ପରୀକ୍ଷା କରାଯାଇଛି।

 

ପୂର୍ବରୁ ଏହି ମିଜାଇଲ୍ର ଲକ୍ଷ ଭେଦ କ୍ଷମତା ୨୯୦ କିଲୋମିଟର ଥିବା ବେଳେ ପ୍ରଥମଥର ପାଇଁ ଏହାର ଲକ୍ଷ୍ୟ ଭେଦ କ୍ଷମତାକୁ ପରିବର୍ଦ୍ଧିତ କରାଯାଇଛି । ପୂର୍ବ ଅପେକ୍ଷା ଏହି ମିଜାଇଲ ୪ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି ।

 

ଏହି କ୍ଷେପଣାସ୍ତ୍ରକୁ ଉଭୟ ଭାରତ ଓ ରୁଷିଆ ମିଳିତ ସହଯୋଗରେ ନିର୍ମାଣ କରିଛନ୍ତି । ସୁପର ସୋନିକ୍ କ୍ରୁଜ୍ ମିଜାଇଲ ବ୍ରହ୍ମୋସକୁ କ୍ଷେପଣାସ୍ତ୍ର ବିଧ୍ୱଂଶକାରୀ କ୍ଷେପଣାସ୍ତ୍ର ଭାବେ ବ୍ୟବହାର କରାଯାଇପାରିବ ବୋଲି ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି । ଏହି ମିଜାଇଲର ଲମ୍ବ ୮. ୪ ମିଟର ଥିବା ବେଳେ ଓସାର ୦. ୬ ମିଟର ଏହି କ୍ରୁଜ ମିଜାଇଲ ୨.୫ ଟନ ପର୍ଯ୍ୟନ୍ତ ଅଣୁ ଓ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ।

Related News
satta king tw