Top Stories

Search here...

News

ଆଜି ପବିତ୍ର ମକର ସଂକ୍ରାନ୍ତି ।

Posted On - 4 days ago
Edited By Team BbsrReporters
LAST UPDATED Jan 18, 2022 09:35 AM

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି ।

 

BBSR Reporters

 

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ବିଧି ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଠାକୁରାଣୀ ଧନୁ ସଂକ୍ରାନ୍ତ ଦିନ ବାପଘରୁ ଚାଲି ଯାଇଥିଲେ । ଫଳରେ ଲକ୍ଷ୍ମୀ ଠାକୁରାଣୀଙ୍କ ଅନୁପସ୍ଥିତିରେ ଏକ ମାସ ଧରି ମହାପ୍ରଭୁ ମାଆ ଯଶୋମତୀଙ୍କ ହାତରୁ ପହିଲି ଭୋଗ ପରସା ପାଉଥିଲେ । ଲକ୍ଷ୍ମୀ ଠାକୁରାଣୀ ପିତ୍ରାଳୟରୁ ମକର ସଂକ୍ରାନ୍ତ ପୂର୍ବ ଦିନ ମକର ଚାଉଳ ଧରି ବଡ଼ ଦେଉଳକୁ ପ୍ରତ୍ୟାବର୍ତନ କରିବା ପରେ ମହାପ୍ରଭୁଙ୍କ ନିକଟକରେ ମକର ଚାଉଳ ଲାଗି ହୋଇଥାଏ ।

 

ମହାପ୍ରଭୁ ମକର ଚଉରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମହାପ୍ରଭୁଙ୍କ ବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୂଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡ଼ବଡ଼ିଆ ମଠ ପକ୍ଷରୁ ରଙ୍ଗ ବେରଙ୍ଗର ବିଭିନ୍ନ ସୁସଜ୍ଜିତ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳଚୂଳ ପ୍ରସ୍ତୁତ କରାଯାଇ ଗାରଦରେ ଦାଖଲ କରାଯାଇଛି । ମଧ୍ୟାହ୍ନ ଧୂପ ପରେ ନଡ଼ିଆ, ଘିଅ, ମିଠା, କ୍ଷୀର, ସର, ଖୁଆ ଓ ଚାଉଳକୁ ମିଶ୍ରିତ କରି ମକର ଭୋଗ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ ।

Related News
satta king tw