Top Stories

Search here...

News

ସରକାରୀ ଚାକିରି ପାଇଁ ବୟସ ସୀମା ବୃଦ୍ଧି

Posted On - 6 minutes ago
Edited By Team BbsrReporters
LAST UPDATED Jan 11, 2022 02:20 PM

ସାଧାରଣ ବର୍ଗଙ୍କ ପାଇଁ ବୟସ ସୀମା ୩୨ ବର୍ଷ ଥିବା ବେଳେ ଏହାକୁ ୩୮ ବର୍ଷ କରାଯାଇଛି ।

 

BBSR Reporters

 

ଭୁବନେଶ୍ୱର: ସରକାରୀ ଚାକିରି ପାଇଁ ବୟସ ସୀମା ବଢ଼ାଇଛନ୍ତି ରାଜ୍ୟ ସରକାର । ସାଧାରଣ ବର୍ଗଙ୍କ ପାଇଁ ବୟସ ସୀମା ୩୨ ବର୍ଷ ଥିବା ବେଳେ ଏହାକୁ ୩୮ ବର୍ଷ କରାଯାଇଛି । ଏସସି, ଏସଟି, ପଛୁଆ ବର୍ଗ ଓ ମହିଳାଙ୍କ ପାଇଁ ଚାକିରି ପ୍ରବେଶ ବୟସକୁ ୪୩ ବର୍ଷ କରାଯାଇଛି । ରାଜ୍ୟ କ୍ୟାବିନେଟ ଏହାକୁ ମଂଜୁରି ଦେଇଛି । ୩ ବର୍ଷ ପାଇଁ ଏହି ନିଷ୍ପତି ନିଆଯାଇଛି । ୨୦୨୧, ୨୦୨୨ ଓ ୨୦୨୩ ରେ ଜାରି ହୋଇଥିବା ଏବଂ ଜାରି ହେବାକୁ ଥିବା ସରକାରୀ ପଦବୀରେ ଉଚ୍ଚ ବୟସ ସୀମାକୁ ବୃଦ୍ଧି କରାଯାଇଛି ।

 

ଅନୁସୂଚିତ ଜାତି, ଜନଜାତି, ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ, ମହିଳା ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ବୟସ ସୀମାକୁ ଆହୁରି କୋହଳ କରାଯାଇଛି । ସାଧାରଣ ବର୍ଗଙ୍କ ପାଇଁ ଉଚ୍ଚ ବୟସ ସୀମା ୩୮ ବର୍ଷ ହୋଇଥିବା ବେଳେ ଏସସି, ଏସଟି, ପଛୁଆ ବର୍ଗ ଏବଂ ସବୁ ବର୍ଗ ମହିଳାଙ୍କ ପାଇଁ ଚାକିରି ପ୍ରବେଶ ବୟସକୁ ୪୩ ବର୍ଷକୁ ବୃଦ୍ଧି କରାଯାଇଛି । ସାଧାରଣ ବର୍ଗର ଦିବ୍ୟାଙ୍ଗମାନେ ୪୮ବର୍ଷ ବୟସରେ ସରକାରୀ ଚାକିରିରେ ପ୍ରବେଶ କରିପାରିବେ । ଅନୁସୂଚିତ ଜାତି, ଜନଜାତିର ଦିବ୍ୟାଙ୍ଗମାନେ ୫୩ ବର୍ଷ ବୟସରେ ଚାକିରି କରିପାରିବେ ବୋଲି ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଛି ।  

Related News
satta king tw