Top Stories

Search here...

News

ତପସ୍ୱିନୀ- ସୁମିତ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ

Posted On - 8 minutes ago
Edited By Team BbsrReporters
LAST UPDATED Jan 07, 2022 02:48 PM

ତପସ୍ୱିନୀ ଶ୍ୱଶୁର ଘରକୁ ଯିବା ପରେ ଘର ଛାଡିଲେ ଶ୍ୱଶୁର ପ୍ରମୋଦ ସାହୁ ।

 

 

BBSR Reporters

 

ଭୁବନେଶ୍ୱର: ତପସ୍ୱିନୀ- ସୁମିତ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ । ତପସ୍ୱିନୀ ଶ୍ୱଶୁର ଘରକୁ ଯିବା ପରେ ଘର ଛାଡିଲେ ଶ୍ୱଶୁର ପ୍ରମୋଦ ସାହୁ । ଗତକାଲି ମଧ୍ୟରାତିରେ ସେ ଘର ଛାଡିଛନ୍ତି । ନିଜକୁ ଅସୁରକ୍ଷିତ ମନେ କରୁଥିବା ନେଇ ସେ ଏକ ଭିଡ଼ିଓ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି, ତପସ୍ୱିନୀ ଘରେ ରହୁଥିବାରୁ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ପ୍ରଶାସନିକ ଅଧିକାରୀମାନେ ତାଙ୍କ ଅନିଚ୍ଛା ସତ୍ୱେ ତପସ୍ୱିନୀଙ୍କୁ ଘରେ ରଖିଛନ୍ତି ।

 

କୋର୍ଟଙ୍କ ରାୟରେ ଦ୍ୱନ୍ଦ୍ୱ ରହିଥିବା ବେଳେ ତାଙ୍କୁ ନିଜର ମତ ରଖିବାକୁ ଦିଆଯାଇନଥିଲା । ଅତୀତରେ ତପସ୍ୱିନୀ ମିଥ୍ୟା ମାମଲା ରୁଜୁ କରିଥିବାରୁ ସେ ଭୟଭୀତ ଥିବା କହିଛନ୍ତି । ସୁରକ୍ଷିତ ଭାବେ ତାଙ୍କୁ ରଖିବାକୁ ସେ ଆଇଆଇସିଙ୍କୁ ଅନୁରୋଧ କରିଛନ୍ତି । ପରବର୍ତୀ ସମୟରେ ଘରକୁ ଫେରିବେ ବୋଲି ଭିଡିଓରେ କହିଛନ୍ତି ପ୍ରମୋଦ ସାହୁ । ବହୁ ବାଦ ବିବାଦ ପରେ ଗତକାଲି ତପସ୍ୱିନୀଙ୍କୁ ଶ୍ୱଶୁର ଘରକୁ ଯାଇଛନ୍ତି ।

Related News
satta king tw