Top Stories

Search here...

News

ଆଜି ଠାରୁ ୩ ଦିନ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

Posted On - 35 minutes ago
Edited By Team BbsrReporters
LAST UPDATED Dec 31, 2021 02:25 PM

କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତି ।

 

BBSR Reporters

 

ପୁରୀ: ଭକ୍ତମାନଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଉପରେ କଟକଣା ରହିଛି ।  କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତି । ଆଜି ଠାରୁ ୩ ଦିନ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଭକ୍ତଙ୍କ ପାଇଁ ଏହି ୩ ଦିନ ଅର୍ଥାତ୍ ଡିସେମ୍ୱର ୩୧ରୁ ଜାନୁଆରୀ ୨ ତାରିଖ ଯାଏଁ ଦର୍ଶନ ବନ୍ଦ ରହିବ । ଏହି ୩ ଦିନ କେବଳ ନୀତି ସହିତ ସଂପୃକ୍ତ ସେବାୟତ, ଜେଟିପି, ଅଧିକାରୀମାନେ ହିଁ ମନ୍ଦିର ଭିତରେ ପ୍ରବେଶ ଅଧିକାର ପାଇବେ । ଜାନୁଆରୀ ୩ ତାରିଖରୁ ପୁଣି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ମିଳିବ । ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।

 

ସେପଟେ ଜାନୁଆରୀ ୩ ତାରିଖରୁ ଶ୍ରୀମନ୍ଦିରରେ ଭିଡ ବଢିବା ଆଶଙ୍କା ଥିବାରୁ, ବଡଦାଣ୍ଡରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି । ମରିଚକୋଟ ଛକରୁ ବାଉଁଶର ବାଡ ତିଆରି ହେଲାଣି । ଏକାଧିକ ବାରିକେଡ ଦେଇ ଭକ୍ତ ଶ୍ରୀମନ୍ଦିରକୁ ଆସି ଜାନୁଆରୀ ୩ ତାରିଖରୁ ଆଗପରି କାଳିଆ ଠାକୁରଙ୍କ ଦର୍ଶନ କରିପାରିବେ ।  

Related News
satta king tw