Top Stories

Search here...

News

ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଉଡ଼ିଗଲା ସ୍ପାଇସ୍‌ ଜେଟ୍‌  

Posted On - 9 minutes ago
Edited By Team BbsrReporters
LAST UPDATED Jan 02, 2022 06:55 PM

ଗତ ଡିସେମ୍ବର ୩୦ରେ ରାଜକୋଟ ବିମାନ ବନ୍ଦରରୁ ବିମାନ ଉଡ଼ାଣ ପୂର୍ବରୁ ପାଇଲଟ ଏଟିସିଠାରୁ  ଆବଶ୍ୟକ କ୍ଲିୟରାନ୍ସ ନେଇ ନଥିଲେ। ତେବେ ଘଟଣାର ତଦନ୍ତ ପାଇଁ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

 

BBSR Reporters

 

ରାଜକୋଟ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଉଡ଼ିଗଲା ବିମାନ। ଗତ ଡିସେମ୍ବର ୩୦ ତାରିଖରେ  ଏୟାର ଟ୍ରାଫିକ କଣ୍ଟ୍ରୋଲର (ଏଟିସି) ବିନା କ୍ଲିଅରାନ୍ସରେ ସ୍ପାଇସ୍‌ ଜେଟ୍‌ ଟେକ୍‌ ଅଫ୍ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ବିମାନ କମ୍ପାନୀର ରାଜକୋଟ-ଦିଲ୍ଲୀ ବିମାନର ପାଇଲଟ ଏହି ତଦନ୍ତର ସାମ୍ନା କରିବେ। ଗତ  ଡିସେମ୍ବର ୩୦ରେ ସକାଳ ପ୍ରାୟ ୯ଟା୩୦ରେ ରାଜକୋଟ-ଦିଲ୍ଲୀ ବିମାନ ଉଡ଼ାଣ ଭରିଥିଲା ଏବଂ ଦିଲ୍ଲୀ ବିମାନ ବନ୍ଦରରେ  ଦିନ ୧୧ଟା ୧୫ରେ ଅବତରଣ କରିଥିଲା।

 

ମୁଖ୍ୟତଃ ଏକ ବିମାନ ଟେକ ଅଫ୍‌ ପୂର୍ବରୁ ଏଟିସିଠାରୁ ଏକାଧିକ ଅନୁମତି ନେବାକୁ ପଡ଼ିଥାଏ।  ପ୍ରଥମେ ଏୟାର କ୍ଲାଫ୍ଟ ଷ୍ଟାଣ୍ଡରେ ପୁସ୍‌ ବ୍ୟାକ ପାଇଁ ଅନୁମତି ନେବାକୁ ପଡ଼ିଥାଏ। ଏହା ପରେ ଇଞ୍ଜିନ୍ ଷ୍ଟାର୍ଟ, ବିମାନକୁ ଲାଇନ୍ ଅପ୍ ଏବଂ ଶେସରେ ଟେକ୍‌ ଅଫ ପାଇଁ ଚୂଡ଼ାନ୍ତ ଅନୁମତି ନେବା ଆବଶ୍ୟକ। କିନ୍ତୁ ଏହି ନିୟମକୁ ଅମାନ୍ୟ କରି ସ୍ପାଇସ୍‌ ଜେଟ୍ ଉଡ଼ାଣ ଭରିଥିବା ଅଭିଯୋଗ ହୋଇଛି।

ଗତ ଡିସେମ୍ବର ୩୦ରେ ରାଜକୋଟ ବିମାନ ବନ୍ଦରରୁ ବିମାନ ଉଡ଼ାଣ ପୂର୍ବରୁ ପାଇଲଟ ଏଟିସିଠାରୁ  ଆବଶ୍ୟକ କ୍ଲିୟରାନ୍ସ ନେଇ ନଥିଲେ। ତେବେ ଘଟଣାର ତଦନ୍ତ ପାଇଁ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Related News
satta king tw