Top Stories

Search here...

News

ଶ୍ରୀଲଙ୍କାକୁ ୯ ୱିକେଟରେ ହରାଇ ଅଣ୍ଡର ୧୯ ଏସିଆ କପ ଜିତିଲା ଟିମ୍ ଇଣ୍ଡିଆ

Posted On - 2 weeks ago
Edited By Team BbsrReporters
LAST UPDATED Jan 18, 2022 10:15 PM

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କେବଳ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ଗ୍ରୁପ୍ ପର୍ଯ୍ୟାୟରେ ହାରିଥିଲା  । ପାକିସ୍ତାନ ସେମିରେ ପ୍ରବେଶ କରିଥିଲେ ମଧ୍ୟ ଶ୍ରୀଲଙ୍କା ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା ।

 

BBSR Reporters

 

ଦୁବାଇ: ଅଣ୍ଡର ୧୯ ଏସିଆ କପ ଜିତିଲା ଟିମ୍ ଇଣ୍ଡିଆ । ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୯ ୱିକେଟରେ ପରାସ୍ତ କରିଛି । ଏଥିସହ ୮ମଥର ପାଇଁ ଅଣ୍ଡର ୧୯ ଏସିଆ କପ ଜିତିବାର ସୌଭାଗ୍ୟ ଅର୍ଜନ କରିଛି ଟିମ ଇଣ୍ଡିଆ ।

 

୫୦ ଓଭର ବିଶିଷ୍ଟ ଏହି ମ୍ୟାଚ୍କୁ ବର୍ଷା ଯୋଗୁ ଅଧାରୁ ୩୮ ଓଭର କରାଯାଇଥିଲା । ଶ୍ରୀଲଙ୍କା ୩୮ ଓର୍ଭରେ ୯ ୱିକେଟ ହରାଇ କେବଳ ୧୦୬ ରନ୍ କରିଥିଲା ।  ଏହାପରେ ଡିଏଲ ନିୟମ ଅନୁଯାୟୀ, ଭାରତକୁ ୩୨ ଓଭରରେ ୧୦୨ ରନ୍ର ଟାର୍ଗେଟ ମିଳିଥିଲା । ଭାରତ ମାତ୍ର ୧ ୱିକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ।

 

ଟିମ ଇଣ୍ଡିଆର ଓପନର ଅଙ୍ଗକ୍ରିଶ ରଘୁବଂଶୀ ସର୍ବାଧିକ ୫୬ ରନ୍ କରିଥିବା ବେଳେ ଶେଖ ରଶିଦ ୩୧ ରନ୍ର ଇନିଂସ୍ ଖେଳିଛନ୍ତି । ଭାରତର ଏକମାତ୍ର ବ୍ୟାଟସମ୍ୟାନ ଭାବେ ହରନୁର ସିଂହ ୫ ରନ୍ କରି ଆଉଟ ହୋଇଥିଲେ । ଭାରତ ଆରମ୍ଭରୁ ଇନଫର୍ମ ହରନୁର ସିଂହ(୫)ଙ୍କୁ ହରାଇଥିଲା । ହେଲେ ରଘୁବଂଶୀ ଓ ଶେଖ ରଶିଦ ଦମଦାରମ ବ୍ୟାଟିଂ କରିଥିଲେ । ଟାର୍ଗେଟ ଛୋଟ ଥିବାରୁ ଉଭୟ ବ୍ୟାଟସମ୍ୟାନ ବେଶ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଶେଷ ଯାଏ ରଘୁବଂଶୀ ୬୭ ବଲ୍ରେ ୫୬ ଓ ରଶିଦ ୪୯ ବଲରେ ୩୧ ରନ୍ କରି ଅପରାଜିତ ରହିଥିଲେ ।


ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କାକୁ ଭାରତୀୟ ବୋଲରମାନେ ଆଦୌ ରନ କରିବାକୁ ସୁଯୋଗ ଦେଇ ନଥିଲେ । ବିଶେଷ କରି ବିକ୍କି ଓଷ୍ଟୱାଲ ଚମକôାର ବୋଲିଂ କରିଥିଲେ । ସେ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ କୌଶଲ ତାମ୍ବେ ୨ଟି, ରାଜବର୍ଦ୍ଧନ, ରାଜ ବାୱା ଓ ରବି କୁମାର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ୯ ୱିକେଟ ହରାଇ କେବଳ ୧୦୬ ରନ୍ କରିବାକୁ ସକ୍ଷମ ହୋଇଥିଲା ।

 

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କେବଳ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ଗ୍ରୁପ୍ ପର୍ଯ୍ୟାୟରେ ହାରିଥିଲା  । ପାକିସ୍ତାନ ସେମିରେ ପ୍ରବେଶ କରିଥିଲେ ମଧ୍ୟ ଶ୍ରୀଲଙ୍କା ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା । ଗ୍ରୁପ୍ ପର୍ଯ୍ୟାୟରେ ଭାରତ ୨ୟ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିଲା । ସେମିରେ ବାଂଲାଦେଶକୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ । 
 

Related News
satta king tw