Top Stories

Search here...

News

ବିଜେପିର  ସ୍ୱତନ୍ତ୍ର ଚାନ୍ଦା ଅଭିଯାନ; ପ୍ରଧାନମନ୍ତ୍ରୀ ଦେଲେ ୧ ହଜାର

Posted On - 23 minutes ago
Edited By Team BbsrReporters
LAST UPDATED Dec 26, 2021 12:14 PM

ଏହି ଅଭିଯାନରେ ଲୋକମାନେ ୫ ଟଙ୍କାରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଦେଇପାରିବେ ।

 

BBSR Reporters

 

ଭୁବନେଶ୍ୱର:ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନ ଅବସରରେ ବିଜେପି ଆରମ୍ଭ କରିଛି ସ୍ୱତନ୍ତ୍ର ମାଇକ୍ରୋ ଚାନ୍ଦା ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍ୱତନ୍ତ୍ର ଚାନ୍ଦା କ୍ୟାମ୍ପକୁ ୧ ହଜାର ଟଙ୍କା ପ୍ରଦାନ କରିଛନ୍ତି ।  ଏହି କାର୍ଯ୍ୟକ୍ରମ ଆସନ୍ତା ଫେବ୍ରୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନରେ ଲୋକମାନେ ୫ ଟଙ୍କାରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଦେଇପାରିବେ ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଜେପିର ପ୍ରାଥମିକତା ହେଉଛି ଦେଶ ଏବଂ ଏହାସହ ନିସ୍ୱାର୍ଥପର ସେବା । ଏହି ମାଇକ୍ରୋ ଚାନ୍ଦା ଆଦାୟ ଦଳ ଏବଂ ଦେଶକୁ ଆହୁରୀ ମଜଭୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସେମାନେ ଦେଇଥିବା ଚାନ୍ଦାର ସ୍କିନ୍ ସଟ୍ ସେୟାର କରିଛନ୍ତି ।

 

ଶାହ କହିଛନ୍ତି, ବିଜେପିକୁ ଆସୁଥିବା ଚାନ୍ଦା ମଜଭୁତ ଭାରତ ଗଠନ ଦିଗରେ ସହାୟକ ହେବ । ନମୋ ଆପ୍ ଜରିଆରେ ମଧ୍ୟ ଚାନ୍ଦା ଦେଇପାରିବେ ବୋଲି କହିଛନ୍ତି ଶାହ । ବିଜେପିର ସମସ୍ତ କାର୍ଯ୍ୟକର୍ତା ଏବଂ ସମର୍ଥକମାନେ ଚାନ୍ଦା ଦେବା ସହ ଅନ୍ୟମାନଙ୍କୁ ପ୍ରେସôାହିତ କରିବାକୁ ଶାହ କହିଛନ୍ତି ।
 

Related News
satta king tw