Top Stories

Search here...

News

ଆଜିଠୁ ଭାରତ-ଦକ୍ଷିଣ ଆଫିକ୍ରା ଟେଷ୍ଟ୍ ସିରିଜ୍; ୨୯ ବର୍ଷରେ ଗୋଟିଏ ବି ସିରିଜ୍ ଜିତିନ ଭାରତ

Posted On - 6 minutes ago
Edited By Team BbsrReporters
LAST UPDATED Dec 26, 2021 11:55 AM

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ଡିସେମ୍ବର ୧୭ରୁ ଆରମ୍ଭ ହେବାର ଥିଲା । କିନ୍ତୁ କରୋନା ପାଇଁ ଏହା ୨୬ ତାରିଖ ଅର୍ଥାତ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । 

 

BBSR Reporters

 

ସେଞ୍ଚୁରିଅନ: ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହେବ । ଭାରତୀୟ ସମୟ ମଧ୍ୟାହ୍ନ ୧.୩୦ରେ ଏହି ମ୍ୟାଚ୍ ଆରମ୍ଭ ହେବ । ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ଦକ୍ଷିଣ ଆପ୍ରିକାର ସେଞ୍ଚୁରିଅନ ସ୍ଥିତ ସୁପରସ୍ପୋଟ୍ସ ପାର୍କରେ ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ଡିସେମ୍ବର ୧୭ରୁ ଆରମ୍ଭ ହେବାର ଥିଲା । କିନ୍ତୁ କରୋନା ପାଇଁ ଏହା ୨୬ ତାରିଖ ଅର୍ଥାତ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । 


 ଟିମ୍ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟିଂ ଲାଇନ ଅପକୁ ନେଇ ଦ୍ୱନ୍ଦ୍ୱ ରହିଥିବା ବେଳେ ଟିମରେ କେତେ ଜଣ ଦ୍ରୁତ ବୋଲର ରହିବା ଦରକାର, ତା’କୁ ନେଇ ମାନସମନ୍ଥନ ଚାଲିଛି । ଖରାପ ଫର୍ମ ଦେଇ ଗତି କରୁଥିବା ଅଜିଙ୍କ୍ୟ ରାହାଣେ ଚୂଡ଼ାନ୍ତ ଏକାଦଶରେ ରହିବେ କି ନାହିଁ, ତା’ ଉପରେ ବିତର୍କ ଆରମ୍ଭ ହୋଇଛି । ରାହାଣେ ଦୀର୍ଘ ଦିନ ହେଲା ରନ୍ ହାସଲ କରିବାକୁ ସଂଘର୍ଷ କରୁଛନ୍ତି । କିନ୍ତୁ ବିଦେଶ ମାଟିରେ ଟେଷ୍ଟ ଖେଳିବାର ଅଭିଜ୍ଞତା ତାଙ୍କ ପାଖରେ ଥିବାରୁ ରାହାଣେଙ୍କୁ ଆଉ ଗୋଟିଏ ସୁଯୋଗ ଦେବା ମୁଡରେ ଟିମ ମ୍ୟାନେଜମେଣ୍ଟ ରହିଛି । ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ ମଧ୍ୟ ଶନିବାର ରାହାଣେଙ୍କ ଖେଳିବା ନେଇ ପରୋକ୍ଷରେ ସଙ୍କେତ ଦେଇଛନ୍ତି ।

 

ସେପଟେ ଶ୍ରେୟସ ଆୟର ଓ ହନୁମା ବିହାରୀ ତାଙ୍କ ସ୍ଥାନ ନେବାକୁ ପ୍ରବଳ ଦାବିଦାର ଭାବେ ଉପନୀତ ହୋଇଛନ୍ତି ।  ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ଶ୍ରେୟସ ଡେବ୍ୟୁ କରି ଚମକôାର ପ୍ରଦର୍ଶନ କରିଥିଲେ । ହନୁମା ମଧ୍ୟ ବିଦେଶ ମାଟିରେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । 


ଦଳରେ ରୋହିତ ଶର୍ମା ନାହାନ୍ତି । ତେଣୁ ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ ହିଁ ଦଳ ପାଇଁ ଇନିଂସ ଆରମ୍ଭ କରିବେ । ୩ନଂରେ ଚେତେଶ୍ୱର ପୂଜାରା ଓ ୪ନଂରେ ବିରାଟ କୋହଲି ଖେଳିବେ । ୫ମ ସ୍ଥାନରେ ଶ୍ରେୟସ, ରାହାଣେ ଓ ହନୁମା ବିହାରୀଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ୬ନଂରେ ଋଷଭ ପନ୍ତ, ୭ନଂରେ ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି । 


ଦଳ ୪ ଦ୍ରୁତବୋଲରଙ୍କ କମ୍ବିନେସନରେ ମୈଦାନକୁ ଓହ୍ଲାଇପାରେ କିମ୍ବା ଜଣେ ଅତିରିକ୍ତ ବ୍ୟାଟରଙ୍କ ସହ ଜଣେ ଅଲରାଉଣ୍ଡରଙ୍କୁ ଖେଳାଇ ପାରେ । ଏପରି ହେଲେ ଅଭିଜ୍ଞ ଈଶାନ୍ତ ଶର୍ମାଙ୍କ ବଦଳରେ ଶାର୍ଦ୍ଧୁଲ ଠାକୁରଙ୍କୁ ସୁଯୋଗ ମିଳିପାରେ । ଈଶାନ୍ତ ଚଳିତ ବର୍ଷ ଆଖିଦୃଶି ପ୍ରଦର୍ଶନ କରିନାହାନ୍ତି । କିନ୍ତୁ ଶାର୍ଦ୍ଧୁଲ ୩ଟି ମ୍ୟାଚରେ ୧୪ଟି ୱିକେଟ ନେବା ସହ ୨୩୨ ରନ୍ କରିଛନ୍ତି । ଅଷ୍ଟ୍ରେଲିଆର ଗାବା ଓ ଇଂଲଣ୍ଡର ଓଭାଲରେ ଭାରତ ଜିତିଥିବା ମ୍ୟାଚରେ ଶାର୍ଦ୍ଧୁଲ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତେଣୁ ଈଶାନ୍ତଙ୍କ ବଦଳରେ ଶାର୍ଦ୍ଧୁଲ ଠାକୁରଙ୍କୁ ସୁଯୋଗ ମିଳିପାରେ । ବାକି ୩ ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ମହମ୍ମଦ ଶାମି ଖେଳିବା ଏକ ପ୍ରକାରର ନିଶ୍ଚିତ ।

 

ଅନ୍ୟପକ୍ଷରେ ଭାରତ ଇତିହାସ ବଦଳାଇବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଛି । ସେନା ଦେଶ(ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ)ରେ ବିଜୟ ବାନା ଉଡ଼ାଇବାରେ ଭାରତ ମାତ୍ର ଗୋଟିଏ ପାଦ ପଛରେ ରହିଛି । କାରଣ ଦଳ ଦକ୍ଷିଣ ଆଫ୍ରିକାକୁ ଛାଡ଼ି ଆଉ ସବୁଠି ଟେଷ୍ଟ ସିରିଜ୍ ଜିତିଛି । ୭ଥର ଭାରତ ଆଜି ଯାଏ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଖେଳିଥିଲେ ମଧ୍ୟ କେବେ ହେଲେ ଜିତିବାକୁ ସକ୍ଷମ ହୋଇନି । ଦକ୍ଷିଣ ଆଫ୍ରିକାରେ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ଭାରତର ନେତୃତ୍ୱ ନେବେ । ତାଙ୍କ ନେତୃତ୍ୱରେ ଭାରତ ୨୦୧୭-୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା । ହେଲେ ଏହି ସିରିଜକୁ ଦଳ ୧-୨ରେ ହାରି ଯାଇଥିଲା ।ଭାରତୀୟ ଦଳ ୧୯୯୨ରେ ପ୍ରଥମଥର ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା । ହେଲେ ୨୯ ବର୍ଷ ମଧ୍ୟରେ କେବେ ହେଲେ ସିରିଜ୍ ଜିତିନି । 
 

Related News
satta king tw