Top Stories

Search here...

News

୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ନଜର ରାଜ୍ୟର ପଂଚାୟତ ନିର୍ବାଚନ

Posted On - 1 week ago
Edited By Team BbsrReporters
LAST UPDATED Jan 19, 2022 03:58 AM

ନିର୍ବାଚନ ହେବ ନା ଘୁଂଚିବ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତି ଉପରେ ସାରା ରାଜ୍ୟର ନଜର ରହିଛି ।

 

BBSR Reporters

 

ଭୁବନେଶ୍ୱର: ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ନଜର ରାଜ୍ୟର ପଂଚାୟତ ନିର୍ବାଚନ ଉପରେ । ନିର୍ବାଚନ ହେବ ନା ଘୁଂଚିବ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତି ଉପରେ ସାରା ରାଜ୍ୟର ନଜର ରହିଛି । ଏହାରି ଭିତରେ ଆଜିି ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆଲୋଚନା ପରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି କୁହାଯାଉଛି । ଆଜି ଏହି ସର୍ବଦଳୀୟ ବୈଠକ ଅତି ଗୁରୁତ୍ୱପୂର୍ଣ୍ଣ । ଏହି ବୈଠକରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତାବ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ରଖିବେ ।

 

ଏହାପରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ରାଜ୍ୟ ନିର୍ବାଚନ କମିଶନ ଭେଟିବାର କାର୍ଯ୍ୟକ୍ରମ ରହିଛି । ଶନିବାର ଦିନ ପଂଚାୟତ ନିର୍ବାଚନ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏବଂ ନିର୍ବାଚନ କମିଶନଙ୍କ ନିକଟରେ ସଂରକ୍ଷଣ ତାଲିକା ମଧ୍ୟ ପ୍ରଦାନ କରିଥିଲା ପଂଚାୟତରାଜ ବିଭାଗ । କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଆଗକୁ କେମିତି ପଂଚାୟତ ନିର୍ବାଚନ ହେବ? ସମସ୍ତଙ୍କୁ ସୁରକ୍ଷିତ ରଖି କିପରି ନିର୍ବାଚନ କରାଯାଇ ପାରିବ ସେନେଇ ରାଜ୍ୟ ସରକାର ଓ ରାଜ୍ୟ ମ୍ରୁଖ୍ୟ ନିର୍ବାଚନ କମିସନରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

Related News
satta king tw