Top Stories

Search here...

News

ବଲାଙ୍ଗିର ଦେଓଗାଁରେ ଶୁଲିଆ ଯାତ୍ରାରେ ପଡ଼ିଲା ବଳି

Posted On - 8 minutes ago
Edited By Team BbsrReporters
LAST UPDATED Jan 11, 2022 03:41 PM

ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଦୁଲୁଦୁଲି ବାଜାର ତାଳେ ତାଳେ ଶୋଭାଯାତ୍ରାରେ ଯାଇଥିଲେ ଆଦିବାସୀ । କୋଭିଡ୍ କଟକଣା ମଧ୍ୟରେ ପୂଜାର୍ଚ୍ଚନା କରାଯାଇଥିଲା ।

 

BBSR Reporters

 

ବଲାଙ୍ଗିର: ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ବଲାଙ୍ଗିର ଦେଓଗାଁରେ ଶୁଲିଆ ଯାତ୍ରାରେ ପଡ଼ିଲା ବଳି । ଦେଓଗାଁ ବ୍ଳକ ଖଇରଗୁରା ଓ କୁମୁରିଆ ଗାଁର ସାନଖଳାରେ ବଳି ପଡ଼ିଛି । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଦୁଲୁଦୁଲି ବାଜାର ତାଳେ ତାଳେ ଶୋଭାଯାତ୍ରାରେ ଯାଇଥିଲେ ଆଦିବାସୀ । କୋଭିଡ୍ କଟକଣା ମଧ୍ୟରେ ପୂଜାର୍ଚ୍ଚନା କରାଯାଇଥିଲା ।

 

ଶୁଲିଆ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଦି ସଂସ୍କୃତିର ଆଦି ପରମ୍ପରା ଆଦିବାସୀଙ୍କ ଶୁଲିଆ ଯାତ୍ରା । ଆଦିବାସୀ ପରମ୍ପରା ଅନୁଯାୟୀ ବଳି ଦେବାର ପ୍ରଥା ଓ ପରମ୍ପରା ରହିଛି । ଅନେକ ଲୋକଙ୍କର ମାନସିକ ପୂରଣ ହେଉଥିବାରୁ ଲୋକେ କୁକୁଡା, ବୋଦା, ମେଣ୍ଢା ଭୋଗ ଆକାରରେ ଆଣିଥାନ୍ତି ।

Related News
satta king tw