Top Stories

Search here...

News

ସୋମବାରଠୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

Posted On - 1 week ago
Edited By Prabir Kumar
LAST UPDATED Jan 19, 2022 03:54 AM

ସଂକ୍ରମଣ ବଢୁଥିବା କାରଣରୁ ଆଜି ବସିଥିବା ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

 

BBSR Reporters

 

ପୁରୀ: ଆସନ୍ତା ସୋମବାରଠାରୁ ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ  । ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଆଜି ବସିଥିବା ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି


ଶ୍ରୀମନ୍ଦିର କେତେକ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କେତେକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯେଉଁଥିପାଇଁ ପ୍ରଶାସନ ଆଜି ଏପରି ନିଷ୍ପତ୍ତି ନେଇଛି । ତେବେ ବିଧି ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିବ ବୋଲି କୁହାଯାଇଛି । 

 

ସୂଚନାଯୋଗ୍ୟ କରୋନା ସଂକ୍ରମଣ କମିବାରୁ  ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇଥିଲା ।  ରବିବାରକୁ ଛାଡ଼ି ସପ୍ତାହର ଅନ୍ୟ ୬ ଦିନ ଶ୍ରୀମନ୍ଦିରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁଥିଲେ ଭକ୍ତ । ସେଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଆସୁଥିଲେ । ମହୋଦଧୀରେ ବୁଡ଼ ପକାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ । 
 

Related News
satta king tw