Top Stories

Search here...

News

ଜଗତସିଂହପୁର ପଂଚାୟତ ରାଜନୀତି ସରଗରମ; ଗୀତା ଛୁଆଁଇବା ପରେ ଇସ୍ତଫା ଦେଲେ ବିଜେଡ଼ି ସମ୍ପାଦକ

Posted On - 6 minutes ago
Edited By Prabir Kumar
LAST UPDATED Jan 17, 2022 08:15 PM

ଗୀତା ଛୁଇଁ ଶପଥ କରିବାକୁ କହିବାରୁ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ବିଶ୍ୱଜିତ ଦାଶଙ୍କ ହ୍ୱାଟସପ୍ ଭିଡ଼ିଓ କ୍ଲିପ୍ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି  ।

 

BBSR Reporters


ଜଗତସିଂହପୁର: ସରଗରମ ହେଉଛି ଜଗତସିଂହପୁର ପଂଚାୟତ ରାଜନୀତି । ପଂଚାୟତ ନିର୍ବାଚନ ଆସୁଥିବା ବେଳେ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ବିଶ୍ୱଜିତ୍ ଦାଶ ନିଜ ପଦବୀରୁ ଇସ୍ତଫା ଦେଇଛିନ୍ତି । ଗୀତା ଛୁଇଁ ଶପଥ କରିବାକୁ କହିବାରୁ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ବିଶ୍ୱଜିତ ଦାଶଙ୍କ ହ୍ୱାଟସପ୍ ଭିଡ଼ିଓ କ୍ଲିପ୍ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି  ।

 

ପଂଚାୟତ ନିର୍ବାଚନ ପାଇଁ ଗତକାଲି ଦଳୀୟ ବୈଠକ ତିର୍ତୋଳ ବିଧାୟକଙ୍କ ଜଗତସିଂହପୁର ଠାରେ ଥିବା ବାସଭବନରେ ଅନୁଷ୍ଠିତ ହୋଇଥିଲା ।  ତେବେ ବୈଠକରେ ଦଳପ୍ରତି ଥିବା ସଚ୍ଚୋତଟା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ବିଧାୟକ ଶ୍ରୀ ଦାଶ ପବିତ୍ର ଭାଗବତ ଗୀତା ଛୁଇଁବାକୁ ପରାମର୍ଶ ଦେଇଥିଲେ । ଏହା ସହ ତାଙ୍କ ଦ୍ୱାରା ଦଳୀୟ ପାର୍ଥୀ ଯାହାକୁ ଚୂଡ଼ାନ୍ତ କରାଯିବ ତାହା ଉପରେ ଅନ୍ୟ କେହି ଆପତି ଅଭିଯୋଗ ଆଣିବେ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । ବିଧାୟକଙ୍କ ଦ୍ୱାରା ଗୀତା ଛୁଇଁବା ଏବଂ ଚୟନ ହେବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ସମ୍ପର୍କରେ କୈାଣସି ପ୍ରକାର ଟୀପ୍ପଣୀ ଦେବାରୁ ବଂଚିତ ରଖାଯିବା ଆଦୈା ଠିକ ମନେ ହେଉ ନାହିଁ ।


 

Related News
satta king tw