Top Stories

Search here...

News

ଭୋଟର ଲିଷ୍ଟରେ ବ୍ୟାପକ ଅନିୟମିତତା କରାଯାଇଛି: ଗୋଲକ ମହାପାତ୍ର

Posted On - 7 minutes ago
Edited By Prabir Kumar
LAST UPDATED Jan 09, 2022 08:28 PM

ଭୋଟ ଗଣତିରେ ମଧ୍ୟ ଚଂଚକତା କରାଯିବାର ପ୍ରୟାସ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି ।

 

BBSR Reporters

 

ଭୂବନେଶ୍ୱର:ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ସ୍ୱଚ୍ଛତାକୁ ନେଇ ବିରାଟ ସନେ୍ଦହ ସୃଷ୍ଟି ହୋଇଛି । ନିର୍ବାଚନରେ କ୍ଷମତା, କଳ, ବଳକୁ ଅପବ୍ୟବହାର କରି ବ୍ୟାପକ ମାତ୍ରାରେ ହେରଫେର ଓ ଚଂଚକତା ଜରିଆରେ ଭୋଟ ହାତେଇବାର ହୀନ ପ୍ରୟାସ ଆରମ୍ଭ କରିସାରିଛି ଶାସକ ବିଜେଡି ।ଭୋଟର ଲିଷ୍ଟ ପ୍ରସ୍ତୁତିରେ ବ୍ୟାପକ ଘୋଟାଲା କରାଯାଇଛି । ପ୍ରକୃତ ଭୋଟରଙ୍କ ନାମ ଭୋଟର ତାଲିକାରେ ପ୍ରକାଶ ପାଇନାହିଁ ।


ରାଜ୍ୟ ସରକାର ସର୍ବପ୍ରଥମେ ଗୋଟିଏ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ କରି ସାଧାରଣ ଭୋଟରଙ୍କ ଦାବୀ, ଆପତି, ଅଭିଯୋଗ ଆଦି ଶୁଣିବା ପରେ ଯାଇ ଚୁଡାନ୍ତ ଭୋଟର ଲିଷ୍ଟ ଘୋଷଣା ହୋଇଥାନ୍ତା । କିନ୍ତୁ ଅଭିଯୋଗ ତ ଦୂରର କଥା, ଡ୍ରାଫ୍ଟ ଭୋଟର ଲିଷ୍ଟ ମଧ୍ୟ ସାର୍ବଜନୀନ କରାଗଲା ନାହିଁ ।ଗତ ଡିସେମ୍ବର ୧୪ ତାରିଖ ଦିନ ଚୁଡାନ୍ତ ଭୋଟର ଲିଷ୍ଟ ପ୍ରକାଶ ପାଇବାର ଥିଲା । ସଂରକ୍ଷଣରେ ପରିବର୍ତନ ହେଉଛି ବୋଲି କହି ଭୋଟର ତାଲିକା ପ୍ରକାଶକୁ ଘୁଂଚାଇ ଘୁଂଚାଇ ଚାଲିଲେ । କେବଳ ଯାଜପୁର ଜିଲ୍ଲା ବ୍ୟତୀତ ଅନ୍ୟ କୈାଣସି ଜିଲ୍ଲାରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇନାହିଁ । ଭୋଟର ଲିଷ୍ଟ ମାଗିଲେ ମଧ୍ୟ ଜିଲ୍ଲାପାଳ ଏବଂ ବିଡିଓମାନେ ଦେଉନାହାନ୍ତି ଏବଂ ତାଙ୍କୁ ବାରଣ କରାଯାଇଛି ବୋଲି ମଧ୍ୟ କହୁଛନ୍ତି । ଚୁଡାନ୍ତ ଭୋଟର ତାଲିକା ପ୍ରକାଶନର ତାରିଖ ଶେଷ ହୋଇଯାଇଥିଲେ ସୁଦ୍ଧା କାହିଁକି ପ୍ରକାଶ ପାଇନାହିଁ ?


ପ୍ରତ୍ୟେକ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଗୋଟିଏ ଏବଂ ପ୍ରତ୍ୟେକ ରାଜନୈତିକ ଦଳମାନଙ୍କୁ ୨-୨ଟି କପି ପଠାଇବାର ନିୟମ ଥିବା ସତ୍ୱେ ତାଲିକା ଦେବା ପାଇଁ ତାଙ୍କ ପାଖକୁ କୈାଣସି ନିର୍ଦ୍ଧିଷ୍ଟ ବିଜ୍ଞପ୍ତି ବା ନିଦେ୍ର୍ଧଶ ଆସି ନାହିଁ ବୋଲି ଜିଲ୍ଲାର ଡିପିଓମାନେ ଉତର ରଖୁଛନ୍ତି । ଭୋଟର ତାଲିକା ପ୍ରକାଶ ନକରାଯାଇ ରାଜ୍ୟରେ କେମିତି ପଂଚାୟତ ନିର୍ବାଚନ ହେବ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।


ସେହିପରି ପ୍ରତ୍ୟେକ ଜୋନ ପାଇଁ ଗୋଟିଏ ସ୍ଥାନରେ ଭୋଟ ଗଣତି ହେବ ବୋଲି ଘୋଷଣା କରାଯିବା ମଧ୍ୟ ସ୍ୱଚ୍ଛ ନିର୍ବାଚନ ପରିଚାଳନାକୁ ନେଇ ଉପôନ ହୋଇଥିବା ସନେ୍ଦହକୁ ଦୃଢୀଭୁତ କରିଛି । ଗୋଟିଏ ଜିଲ୍ଲା ପରିଷଦ ଜୋନରେ ୬ ରୁ ୮ଟି ପଂଚାୟତ ଏବଂ ୧୦୦ ରୁ ୧୫୦ ପର୍ଯ୍ୟନ୍ତ ୱାର୍ଡ ରହିଛି । ଏ ସମସ୍ତ ପାଇଁ ଗୋଟିଏ ଭୋଟ ଗଣତି କେନ୍ଦ୍ରରେ ସମସ୍ତ ପଦ ପାଇଁ ସର୍ବନିମ୍ନ ୭୦୦ରୁ ଉଦ୍ଧ୍ୱର୍ ପ୍ରାର୍ଥୀ ଥିବାବେଳେ ସମାନ ସଂଖ୍ୟାରେ ତାଙ୍କ ଏଜେଂଟ ମଧ୍ୟ ଥିବେ । ଏହା ବ୍ୟତୀତ ଭୋଟ ଗଣତି କର୍ମଚାରୀ ଥିବେ ।  ଏଭଳି ଭିଡରେ ଭୋଟ ଗଣତି କିପରି ସ୍ୱଚ୍ଛ ହେବ ? କରୋନା ସଂକ୍ରମଣ କାରଣରୁ ଜନଗହଳି ହ୍ରାସ କରିବାକୁ ଗାଇଡଲାଇନ ଥିବାବେଳେ ଅଯଥା ଗହଳି କରାଯାଇ ଚଂଚକତା କରିବାର ପ୍ରୟାସ କରୁଛି ଶାସକ ବିଜେଡି । ତେଣୁ ଭୋଟ ଗଣତିରେ ମଧ୍ୟ ସ୍ୱଚ୍ଛତା ରହିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।


ଚୁଡାନ୍ତ ନିଷ୍ପତି ଗ୍ରହଣ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଡେମୋ ଦେଖାଇବା ଉଚିତ୍ । ନଚେତ୍ ପୁରୁଣା ପଦ୍ଧତିରେ ଭୋଟ ଗଣନା କରାଯାଉ । ରାଜ୍ୟ ନିର୍ବାଚନ କମିଶନ ଏଥି ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ପଂଚାୟତ ନିର୍ବାଚନକୁ ସ୍ୱଚ୍ଛତାର ସହ ପରିଚାଳନା କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଅମର ନାୟକ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ପଂଚାୟତରାଜ ବିଭାଗ ପ୍ରକୋଷ୍ଟ ରାଜ୍ୟ ସଂଯୋଜକ ଶଙ୍କର୍ଷଣ ପରିଡା ଉପସ୍ଥିତ ଥିଲେ ।


 

Related News
satta king tw