Top Stories

Search here...

News

ନବୀନ ସରକାର ଆଦିବାସୀ ବିରୋଧି : କଂଗ୍ରେସ

Posted On - 14 minutes ago
Edited By Prabir Kumar
LAST UPDATED Jan 02, 2022 09:54 PM

ତ୍ରିସ୍ତରୀୟ ପଂଚାୟତ ସଂସ୍ଥା ନିର୍ବାଚନ କ୍ଷେତ୍ରରେ ଓଡ଼ିଶାର ୩୦ଟି ଜିଲ୍ଳା ମଧ୍ୟରୁ ୨୩ ଟି ଜଲ୍ଲାରେ ଆଦିବାସୀମାନଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବାରୁ କଂଗ୍ରେସ ତା’ର ତୀବ୍ର ବିରୋଧ କରିଛି  । 

 

BBSR Reporters

 

ଭୁବନେଶ୍ୱର: ତ୍ରିସ୍ତରୀୟ ପଂଚାୟତ ସଂସ୍ଥା ନିର୍ବାଚନ କ୍ଷେତ୍ରରେ ଓଡ଼ିଶାର ୩୦ଟି ଜିଲ୍ଳା ମଧ୍ୟରୁ ୨୩ ଟି ଜଲ୍ଲାରେ ଆଦିବାସୀମାନଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବାରୁ କଂଗ୍ରେସ ତା’ର ତୀବ୍ର ବିରୋଧ କରିଛି  । ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ପ୍ରସଙ୍ଗରେ ସ୍ୱର ଉଠାଇ ବିଜେଡ଼ି ସରକାର ଆଦିବାସୀ ବିରୋଧ ବୋଲି ଅଭିଯୋଗ କରିଛନ୍ତି  ।

 

ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ ଆଦିବାସୀ ମାନଙ୍କ ପାଇଁ ରାଜନୀତିକ ସଂରକ୍ଷଣ ଏକ ସାମ୍ବିଧାନିକ ଅଧିକାର  । ଆମ ସମ୍ବିଧାନର ୨୪୩ (ଡି) ଧାରାରେ ଉଭୟ ଅନୁସୂଚୀତ ଜାତି ଓ ଅନୁସୂଚିତୀ ଜନଜାତିଙ୍କ ପାଇଁ ପଂଚାୟତିରାଜ ବ୍ୟବସ୍ଥାରେ ଆସନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି  । ତଦ୍ନୁଯାୟୀ ବସ୍ତୁତ ଓଡ଼ିଶା ଗ୍ରାମପଂଚାୟତ ଆଇନ ୧୯୬୪ ଓ ପଂଚାୟତ ସମିତି ଆଇନ ୧୯୫୯ରେ ପ୍ରାଗଧାନ କରାଯାଇଛି  । ପ୍ରତ୍ୟେକ ପଂଚାୟତ, ପଂଚାୟତ ସମିତିରେ ଆଦିବାସୀଙ୍କ ନିମନ୍ତେ ଆସନ ସଂରକ୍ଷଣ ସହ ପଂଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଗ୍ରାମପଂଚାୟତ ଆଇନ ୧୯୬୪ ର ଧାରା ୧୦ ଓ ପଂଚାୟତ ସମିତି ଆଇନ ଧାରା ୧୬ରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି  । 


    ଏପରି ବ୍ୟବସ୍ଥାମାନ ଥିବା ସତ୍ୱେ ରାଜ୍ୟ ସରକାର କିପରି ଓଡ଼ିଶାର ଆଦିବାସୀମାନଙ୍କ ପାଇଁ ୨୩ ଜିଲ୍ଲାରେ ସଂରକ୍ଷଣ ବ୍ୟବସ୍ଥା କରିନାହାନ୍ତି? ଏହା କେବଳ ସମ୍ବିଧାନର ବିରୋଧାଚରଣ ନୁହେଁ ଆଦିବାସୀ ସଂପ୍ରଦାୟର ସ୍ୱାର୍ଥ ବିରୋଧି  । କଂଗ୍ରେସ ଏହାର ଦୃଢ଼ ବିରୋଧ କରୁଛି ଓ ଦାବି କରୁଛି ସରକାର ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ଚିଠା ସଂଶୋଧନ କରନ୍ତୁ, ଏହି ଜିଲ୍ଳାରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରି ପୁନଃ ଚିଠା ପ୍ରକାଶନ କରନ୍ତୁ ଓ ତା’ପରେ ନିର୍ବାଚନ କରନ୍ତୁ  । ବିନା ଆଦିବାସୀ, ବିନା ଓବିସି ସଂରକ୍ଷଣରେ ନିର୍ବାଚନ କଲେ କଂଗ୍ରେସ ପ୍ରତିବାଦକୁ ଅଧିକ ଦୃଢ଼ କରିବ ଓ ଆନେ୍ଦାଳନକୁ ଯିବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି  । 


    ଏହି ସମ୍ବିଳନୀରେ ଅଭିମତ ରଖି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଥିଲେ ଯେ ନବୀନ ସରକାର ଆଦିବାସୀ ମାନଙ୍କୁ ସଂରକ୍ଷଣରୁ ବଂଚିତ କରି ନିଜର ଆଦିବାସୀ ବିଦ୍ୱେଷ ମନୋଭାବ ପରିଚୟ ଦେଇଛନ୍ତି ଓ ଓବିସି କ୍ଷେତ୍ରରେ ମଧ୍ୟ ଅନୁରୂପ ଆଭିମୁଖ୍ୟ ଅତ୍ୟନ୍ତ ଦୁଃଭାଗ୍ୟଜନକ  । ୨-ଜାନୁଆରୀ, ୨୦୦୬ରେ ଘଟିଥିବା ବହୁଚର୍ଚ୍ଚିତ କଳିଙ୍ଗନଗର ଗଣହତ୍ୟାକୁ ସ୍ମରଣ କରି ଶ୍ରୀ ମହାପାତ୍ର କହିଲେଯେ ଭିଟାମାଟି ପାଇଁ ଆନେ୍ଦାଳନ କରୁଥିବା ଆଦିବାସୀମାନଙ୍କୁ ରାଜ୍ୟ ସରକାର ପୋଲିସ ଲଗାଇ ଗୁଳିମାରି ହତ୍ୟା କରିଥିଲେ ଓ ସେମାନଙ୍କ ହାତ ପାପୁଲି କାଟିଥିଲେ  । ଆଜି ୨୩ ଟି ଜିଲ୍ଲାର ୧୯୫ଟି ବ୍ଲକରେ ଥିବା ଆଦିବାସୀ ମାନଙ୍କୁ ସରକାର ତାଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରି ମୁଣ୍ଡକାଟ କରିବା ଯୋଜନା କରୁଛନ୍ତି କି? ଯାହା ସଂପୂର୍ଣ୍ଣ ଭାବରେ ଅସମ୍ବିଧାନିକ  । 


    ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରାଜ୍ୟ ଆଦିବାସୀ କଂଗ୍ରେସ ଉପସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ଦେହୁରି ନିଜର ମତ ଦେଇ କହିଛନ୍ତି ଯେ ଅବହେଳିତ ଶ୍ରେଣୀ ଆଦିବାସୀ ସଂପ୍ରଦାୟ ପ୍ରତି ଅବିଚାର ଅକ୍ଷମଣୀୟ  । ଦେଶ ତଥା ରାଜ୍ୟର ସାମଗ୍ରିକ ସମୃଦ୍ଧି ସେତେବେଳେ ସମ୍ଭବ ଉଭୟ ଅନୁସୂଚିତ ଜନଜାତି ଓ ପଛୁଆବର୍ଗ ମାନଙ୍କର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ହେବ ଓ ତାହା କେବେଳ ସାମ୍ବିଧାନିକ ବ୍ୟବସ୍ଥା ଅନୁପାଳନରେ ସମ୍ଭବ ହୋଇପାରିବ  । ରାଜ୍ୟ ସରକାର ଏଥିପ୍ରତି ଉଦାସୀନ ହେଲେ ପରିସ୍ଥିତ ଭୟାବହ ହେବ  ।


 

Related News
satta king tw