Top Stories

Search here...

News

୧୨ ଦିନ ପରେ ଉଦ୍ଧାର ହୋଇଥିବା ଶୁଆକୁ ନେଇଯାଇଛି ବନବିଭାଗ

Posted On - 19 minutes ago
Edited By Team BbsrReporters
LAST UPDATED Jan 18, 2022 06:07 PM

ପ୍ରଫେସରଙ୍କ ଘରୁ ନିଖୋଜ ହୋଇଥିବା ଶୁଆ, କୁଆଖିଆ ନଦୀ କୂଳରୁ ଉଦ୍ଧାର ହେବା ପରେ ନେଇଗଲା ବନବିଭାଗ l

 

BBSR Reporters

 

କଟକ: ୧୨ ଦିନ ପରେ ଉଦ୍ଧାର ହୋଇଥିବା ଶୁଆକୁ ନେଇଯାଇଛି ବନବିଭାଗ । ଏଥିପାଇଁ କଟକ ତୁଳସୀପୁର ମଧୁସୂଦନ ନଗରସ୍ଥିତ ପ୍ରଫେସର ସସ୍ମିତା ବେହେରାଙ୍କ ଘରେ ପହଞ୍ଚି ବନବିଭାଗ ଟିମ୍ ନେଇଯାଇଛନ୍ତି। ତେବେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ଆଧାରରେ ଘରେ ଶୁଆ ରଖିବା ବେଆଇନ । ତେଣୁ ଶୁଆକୁ ନେବା ପାଇଁ ବନବିଭାଗ କହୁଥିବା ବେଳେ କୋକୋକୁ ଛାଡିବା ପାଇଁ ନାରାଜ ପ୍ରଫେସର ସସ୍ମିତା ବେହେରା । କିଛି ଦିନ ତଳୁ ନିଖୋଜ ହୋଇଯାଇଥିବା ଶୁଆ ‘କୋକୋ’କୁ ଭୁବନେଶ୍ୱର କେଶୁରା କୁଆଖିଆ ନଦୀ କୂଳରୁ ଉଦ୍ଧାର କରାଯାଇଥିଲା । ବର୍ଷାରେ ଓଦା ହୋଇ ଆହତ ହୋଇଥିବା ଶୁଆକୁ ପାଇ ଏହି ଅଂଚଳର ମନୋଜ କୁମାର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ରଖିଥିଲେ ।

 

ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ସେ ଯୋଗାଯୋଗ କରିଥିଲୋ ଏହାପରେ ଶୁଆର ମାଲିକାଣୀ ପ୍ରଫେସର ସସ୍ମିତା ବେହେରା ଶୁଆକୁ ଚିହ୍ନଟ କରି ନିଜ ଘରକୁ ଆଣିଥିଲେ । ୧୨ ଦିନ ପରେ ଶୁଆକୁ ପାଇଥିବାରୁ ଖୁସିରେ ବିଭୋର ହୋଇପଡିଥିଲେ । ଶୁଆ ଅସୁସ୍ଥ ହୋଇପଡିଥିବାରୁ ତାକୁ ଚିକିତ୍ସା କରାଯାଇଛି । ଏବେ ଶୁଆ ସୁସ୍ଥ ରହିଛି ।

 

ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ ସସ୍ମିତାଙ୍କ ଘରୁ ଶୁଆ କେଉଁଆଡେ ପଳାଇଯାଇଥିଲା । ଖୋଜାଖୋଜି କରି ନ ମିଳିବା ପରେ ଲିଫଲେଟ କରି ତୁଳସୀପରୁ ଅଂଚଳରେ ବାଂଟିଥିଲେ ସ୍ମସିତା । ଶୁଆକୁ ଖୋଜିଦେଲେ ୫ ହଜାର ଟଙ୍କାର ପୁରସ୍କାର ରାଶି ବିଘୋଷଣା କରିଥିଲେ । ତେବେ ଶୁଆ ଘରକୁ ଫେରିଥିବା ବେଳେ ତାକୁ ନେବାକୁ ସସ୍ମିତାଙ୍କ ଘରେ ବନବିଭାଗ ଟିମ୍ ପଂହଚି ଏହାକୁ ନେଇଯାଇଥିଲେ।

Related News
satta king tw