Top Stories

Search here...

News

ଆଜି ମକର ସଂକ୍ରାନ୍ତି

Posted On - 4 days ago
Edited By Team BbsrReporters
LAST UPDATED Jan 19, 2022 02:11 AM

କଣ ରହିଛି ମକର ସଂକ୍ରାନ୍ତିର ଗୁରୁ୍ତ୍ଵ ଜାଣନ୍ତୁ l

 

BBSR Reporters


ଭୁବନେଶ୍ୱର: ସକଳ ଶକ୍ତି ର ଆଧାର ସୂର୍ଯ୍ୟଙ୍କ ନିକଟରେ ନତ ମସ୍ତକ ଏବଂ ନମସ୍କାର। ଆମେ ଜନିଛେ ବର୍ଷ ମଧ୍ୟରେ ୧୨ ମାସ ଓ ୬ ଋତୁ ଏବଂ ୨ ଆୟନ। ସୂର୍ଯ୍ୟ ବର୍ଷକ ମଧ୍ୟରେ ଏସବୁ ରାଶିରେ ଅବସ୍ଥାନ କରନ୍ତି ଏତତ୍ ମଧ୍ୟରେ ଆଜିର ଦିନର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଆଜି ସୂର୍ଯ୍ୟ ମକର ରାଶିକୁ କୁ ପ୍ରବେଶ କରିଥାନ୍ତି ତଥା ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଫଳରେ ସୂର୍ଯ୍ୟଙ୍କ ଉତ୍ତାପ କ୍ରମଶଃ ବୃଦ୍ଧି ପାଇଥାଏ ଓ ଦିନ ବଡ଼, ରାତି ଛୋଟ ହେବାକୁ ଲାଗେ। 


ଆଜିର ଦିନ ଏକ ନୂଆ ସୁଯୋଗ, ଆଶା ଓ ସମ୍ଭାବନା ସଦୃଶ ଜଗତ କଲ୍ୟାଣ ନିମିତ୍ତ ଅତ୍ୟନ୍ତ ପବିତ୍ର। କୁହାଯାଏ ଯେ ଆଜି ର ଦୀନ ରେ ମହାଭାରତ ଯୁଦ୍ଧ ରେ ପିତାମହ ଭୀଷ୍ମ ସରସର୍ଯ୍ୟା ତ୍ୟାଗ କରି ସ୍ବର୍ଗ ପ୍ରାପ୍ତି କରିଥିଲେ, ରାଶି ଶ୍ରେଷ୍ଠ ତଥା ସୂର୍ଯ୍ୟ ପୁତ୍ର ଶନି ଙ୍କ ଉପରେ ସୂର୍ଯ୍ୟ ଅବସ୍ଥାନ କରିଥାନ୍ତି। ଯାହା ଫଳରେ ଜଗତ କଲ୍ୟାଣ ନିମିତ୍ତ ଶନି କୃପା ପ୍ରଦାନ କରିଥାନ୍ତି ତଥା ଆଜିର ଦୀନ ଠାରୁ ବସନ୍ତ ଋତୁର ଆଗମନ ହେଇଥାଏ ଏବଂ ପୃଥିବୀ ସୂର୍ଯ୍ୟ ଙ୍କୁ ଅର୍ଥେ ନାନା ପ୍ରକାର ପୁଷ୍ପ ରେ ପରିପୂର୍ଣ୍ଣ ହୋଇଥାଏ। 


ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆଯି ନୂତନ ଭାବେ ଅମଳ ହୋଇଥିବା ଚାଉଳ, ଗୁଡ଼, ଛେନା, କଦଳୀ ଆଦି ତୁ ପ୍ରସ୍ତୁତ ମକର ଚାଉଳ ଅର୍ପଣ କରାଯାଏ ଏବଂ ଚତୁର୍ଦ୍ଧା ମୂର୍ତ୍ତି ମକର ଚଉରାଶି ବେଷ ରେ ଜଗତ କୁ ଦର୍ଶନ ଦିଅନ୍ତି।
ଭାରତର ବିଭିନ୍ନ ପ୍ରାନ୍ତରେ ଏହି ଦିନକୁ ନାନା ପ୍ରକାର ନାମ ରେ ପାଳନ କରିଥାନ୍ତି।


ଏହି ପର୍ବ ଏକ କୃଷି ଭିତ୍ତିକ, ବୈଜ୍ଞାନିକ, ଆଧ୍ୟାତ୍ମିକ ତଥା ଆମ ଜିବନଚର୍ଯ୍ୟ ନିମିତ୍ତ ଏକ ସ୍ବତନ୍ତ୍ର ମୁହୁର୍ତ। ଭାରତ ର ବିଭିନ୍ନ ପ୍ରନ୍ତ ରେ ପବିତ୍ର ମକର ସଂକ୍ରାନ୍ତି କୁ ବିଭିନ୍ନ ନାମ ଯଥା ପୌଷ ପୂର୍ଣ୍ଣିମା, ବିହୁ, ପୋଙ୍ଗଲ, ମଘି, କିଚେରି ଆଦି ନାମ ରେ ବଡ଼ ଧୁମ୍ ଧାମରେ ପାଳନ କରନ୍ତି ଖାସ୍ କରି ଗୁଜରାଟ ଆଦି ପଶ୍ଚିମ ମଧ୍ୟ ଭାରତରେ ଲୋକେ ଗୁଡ଼ି ଉଡେଇ ଖୁସି ମନାନ୍ତି।

 

ଜୟ ଜଗନ୍ନାଥ

ସୁଶୀଲ କୁମାର ନନ୍ଦ

Related News
satta king tw