Top Stories

Search here...

News

ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ମିଶନାରୀ ଅଫ୍ ଚ୍ୟାରିଟିକୁ ପୁଣି ମିଳିବ ବିଦେଶୀ ଅନୁଦାନ

Posted On - 28 minutes ago
Edited By Team BbsrReporters
LAST UPDATED Jan 08, 2022 05:38 PM

ଏହାକୁ କିଛି ଦିନ ତଳେ ମନ୍ତ୍ରଣାଳୟ ରଦ୍ଦ କରିଥିଲା। ଫଳରେ ଚ୍ୟାରିଟିକୁ ବିଦେଶରୁ ମିଳୁଥିବା ଅର୍ଥ ଉପରେ ରୋକ ଲଗାଇଥିଲା।

 

 

BBSR Reporters

 

ନୂଆଦିଲ୍ଲୀ: ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ମିଶନାରୀ ଅଫ୍ ଚ୍ୟାରିଟିକୁ ପୁଣି ମିଳିବ ବିଦେଶୀ ଅନୁଦାନ। କାରଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଚ୍ୟାରିଟିର ବିଦେଶୀ ଅନୁଦାନ ରେଗୁଲେସନ ଆକ୍ଟ(ଏଫସିଆରଏ) ପଞ୍ଜୀକରଣକୁ ପୁନଃ ସ୍ଥାପିତ କରିଛି। ଏହାକୁ କିଛି ଦିନ ତଳେ ମନ୍ତ୍ରଣାଳୟ ରଦ୍ଦ କରିଥିଲା। ଫଳରେ ଚ୍ୟାରିଟିକୁ ବିଦେଶରୁ ମିଳୁଥିବା ଅର୍ଥ ଉପରେ ରୋକ ଲଗାଇଥିଲା।

 

ଏହାକୁ ନେଇ ବିବାଦ ମଧ୍ୟ ଦେଖାଯାଇଥିଲା। ଶେଷରେ ମନ୍ତ୍ରଣାଳୟ ଆବଶ୍ୟକ ନଥିପତ୍ର ଯାଞ୍ଚ କରିବା ପରେ ଚ୍ୟାରିଟିର ଏଫସିଆରଏ ପଞ୍ଜୀକରଣକୁ ଅନୁମତି ଦେଇଛି। ଅନୁମତି ମିଳିଥିବାରୁ ଚ୍ୟାରିଟି ବିଦେଶରୁ ଅନୁଦାନ ଗ୍ରହଣ କରିପାରିବ ଓ ବ୍ୟାଙ୍କରେ ରହିଥିବା ଟଙ୍କାକୁ ମଧ୍ୟ ଖର୍ଚ୍ଚ କରିପାରିବ।ଏହି ମିଶନାରୀ ଅଫ ଚ୍ୟାରିଟି ନୋବେଲ ବିଜେତା ମଦର ଟେରେସାଙ୍କ ଦ୍ୱାରା ୧୯୫୦ରେ ପ୍ରତିଷ୍ଠା ହୋଇଥିଲା। ଗରିବ ଓ ଅସହାୟ ଲୋକଙ୍କୁ ଚ୍ୟାରିଟି ଦ୍ୱାରା ସମସ୍ତ ପ୍ରକାରର ସହାୟତା କରାଯାଇଥାଏ।


ଡିସେମ୍ବର ୨୭ରେ କେନ୍ଦ୍ର ସରକାର ମିଶନାରୀ ଅଫ ଚ୍ୟାରିଟିର ଏଫସିଆରଏ ପଞ୍ଜୀକରଣକୁ ରିନ୍ୟୁଆଲ ପାଇଁ ହୋଇଥିବା ଆବେଦନକୁ ମଞ୍ଜୁରୀ ମିଳି ନଥିବା କହିଥିଲେ। ମଞ୍ଜୁରୀ ଦେବା ପୂର୍ବରୁ ଚ୍ୟାରିଟି ବିରୋଧରେ କିଛି ଆପତ୍ତିଜନକ ଇନପୁଟ ମିଳିଥିଲା। ଏଥିପାଇଁ ଚ୍ୟାରିଟିକୁ ଆବଶ୍ୟକ କାଗଜପତ୍ର ସରକାରଙ୍କୁ ମଗା ଯାଇଥିଲା। ଚ୍ୟାରିଟି ଏବେ କାଗଜପତ୍ର ଦେଖାଇବା ପରେ କେନ୍ଦ୍ର ସରକାର ଏଫସିଆରଏ ପଞ୍ଜୀକରଣକୁ ପୁନଃ ସ୍ଥାପିତ କରିଛନ୍ତି।

Related News
satta king tw