Top Stories

Search here...

News

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ, ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

Posted On - 5 days ago
Edited By Team BbsrReporters
LAST UPDATED Jan 19, 2022 05:10 AM

ବୌଦ୍ଧ, ଗଞ୍ଜାମ ସମେତ ଏସବୁ ଜିଲ୍ଲାରେ କାଳବୈଶାଖୀ, ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ମିଳିଛି l

 

 

BBSR Reporters

 

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ, ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ।  ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ଖୋର୍ଧା, ପୁରୀ, କଟକ, ଢ଼େଙ୍କାନାଳ, ସୁବର୍ଣ୍ଣପୁର ଓ ସମ୍ବଲପୁର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମେତ ବଜ୍ରପାତ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ,ବୌଦ୍ଧ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଅନୁଗୁଳ ରହିଛି। ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ, ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

ସେହିପରି ଜାନୁଆରି ୧୪ରୁ ୧୫ ତାରିଖ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ରହିଛି।  ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ଫୁଲବାଣୀରେ ୨୯.୦ ଡିଗ୍ରି ସେଲସିୟସ ସର୍ବାଧିକ ତାପମାତ୍ରା ରହିଥିବା ବେଳେ ପାରଳାଖେମୁଣ୍ଡିରେ ସର୍ବନିମ୍ନ ୧୩.୫ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି।

Related News
satta king tw