Top Stories

Search here...

News

୨୦୨୪ରେ ନିର୍ବାଚନ ଲଢ଼ିବି ନାହିଁ: ପ୍ରସାଦ ହରିଚନ୍ଦନ

Posted On - 14 minutes ago
Edited By Team BbsrReporters
LAST UPDATED Jan 27, 2022 06:09 PM

ମୁହଁ ଖୋଲିଲେ ପ୍ରସାଦ ହରିଚନ୍ଦନ ୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ l

 

BBSR Reporters

 

ପୁରୀ: ମୁହଁ ଖୋଲିଲେ ପ୍ରସାଦ ହରିଚନ୍ଦନ ୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ l  l କିଏ ନିର୍ବାଚନ ଲଢ଼ିବ ସେ ନେଇ ଟିକେଟ ପିସିସି ସଭାପତି ଦିଅନ୍ତି। ନିର୍ବାଚନ ପରିଚାଳନା କରିବା ଦାୟିତ୍ଵ ହେଉଛି ପିସିସିଙ୍କର। ସେଥିରେ ତାଙ୍କର କୌଣସି ଭୂମିକା ନାହିଁ। ପଞ୍ଚାୟତ ନିର୍ବାଚନ ଲାଗି କଂଗ୍ରେସ ଭବନର ଜଣେ କର୍ମୀଙ୍କୁ ଟିକେଟ ଦେଇ ମୋ ପାଖକୁ ପଠା ଯାଇଥିଲେ ବି ମୁଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବୁଝୁ ନଥିବାରୁ ଟିକେ ନେବାକୁ ମନା କରିଥିଲି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିପିସି ସଭାପତି ପ୍ରସାଦ ହରିଚନ୍ଦନ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୬ ଜିଲ୍ଲା ପରିଷଦ ଜୋନ୍‌ରୁ କଂଗ୍ରେସ ଜଣେ ବି ପ୍ରାର୍ଥୀ ଦେଇ ନଥିବା ଘଟଣାରେ ତାଙ୍କର କୌଣସି ଭୂମିକା ନଥିବା କଥା କହିଛନ୍ତି ସେ।

 

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ କଂଗ୍ରେସ ଶୂନ୍ୟ ହୋଇପଡ଼ିବା ଘଟଣା କେବଳ ଜିଲ୍ଲା ରାଜନୀତିରେ ଚହଳ ପକାଇନି, ରାଜ୍ୟ ରାଜନୀତିରେ ବି ଝଡ଼ ସୃଷ୍ଟି କରିଛି।  ଏହି ଘଟଣାରେ କଂଗ୍ରେସ ଦଳର ଜିଲ୍ଲା ନେତୃତ୍ବଙ୍କୁ ଶକ୍ତ ଧକ୍କା ଲାଗିଛି। ଏଥିପାଇଁ ପ୍ରସାଦଙ୍କୁ ଦାୟୀ କରାଯାଉଛି ଯେହେତୁ ପ୍ରସାଦଙ୍କ ଉପରେ ନିର୍ବାଚନମଣ୍ଡଳୀ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା, ସେ ଜାଣିଶୁଣି ନିର୍ବାଚନମଣ୍ଡଳୀକୁ କଂଗ୍ରେସ ଶୂନ୍ୟ କରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ପ୍ରସାଦ ସତରେ କଂଗ୍ରେସରେ ଅଛନ୍ତି ନା ଅନ୍ୟ କେଉଁ ଦଳରେ ପାଦ ଦେଇ ସାରିଲେଣି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରସାଦ ହରିଚନ୍ଦନ।

Related News
satta king tw