Top Stories

Search here...

News

ପୁଣି କିକ୍ରେଟ ମଇଦାନକୁ ଫେରିବେ ପୂର୍ବତନ ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ସିଂ

Posted On - 42 minutes ago
Edited By Team BbsrReporters
LAST UPDATED Nov 02, 2021 07:56 PM

ଆସନ୍ତା ୨୦୨୨ ଫେବ୍ରୁଆରୀ  ମାସରେ କ୍ରିକେଟ ମଇଦାନକୁ ଫେରିବେ ବୋଲି ଯୁବରାଜ ନିଜେ ଘୋଷଣା କରିଛନ୍ତି ।

 

BBSR Reporters

 


ଭୁବନେଶ୍ୱର: ପୁଣି କିକ୍ରେଟ ମଇଦାନକୁ ଫେରିବେ ଭାରତର ପୂର୍ବତନ ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ସିଂ । ଆସନ୍ତା ୨୦୨୨ ଫେବ୍ରୁଆରୀ  ମାସରେ କ୍ରିକେଟ ମଇଦାନକୁ ଫେରିବେ ବୋଲି ଯୁବରାଜ ନିଜେ ଘୋଷଣା କରିଛନ୍ତି ।

 

ଇନଷ୍ଟଗ୍ରାମରେ ପୋଷ୍ଟରେ ଯୁବରାଜ ଲେଖିଛନ୍ତି, ‘ ଭଗବାନ ତୁମର ଭାଗ୍ୟ ନିଦ୍ଧାରଣ କରନ୍ତି! ଜନସାଧାରଣଙ୍କ ଇଚ୍ଛା ପାଇଁ ଆସନ୍ତା ଫେବ୍ରୂୁଆରୀ ମାସରେ ମୁଁ ପଡିଆକୁ ଫେରିବି ବୋଲି ଆଶାବାଦୀ ଅଛି । ଆପଣମାନଙ୍କ ଭଲ ପାଇବା ଓ ସୁଭେଚ୍ଛା ପାଇଁ ଧନ୍ୟବାଦ । ଏହା ମୋ ପାଇଁ ବହୁତ ମୂଲ୍ୟବାନ । ଇଣ୍ଡିଆକୁ ସମର୍ଥନ ଜାରି ରଖନ୍ତୁ । ଏହା ଆମର ଟିମ୍ ଏବଂ ଜଣେ ପ୍ରକୃତ ପ୍ରଶସଂକ ଖରାପ ସମୟରେ ମଧ୍ୟ ସମର୍ଥନ ଜାରି ରଖେ’ ।

 

କହିରଖୁଛୁ ଯେ. ୨୦୧୧ କିକ୍ରେଟ ବିଶ୍ୱକପ ଜିତିବାରେ ଯୁବରାଜଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ବିଶ୍ୱକପରେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଟ୍ ମଧ୍ୟ ହୋଇଥିଲେ । ଉଭୟ  ବ୍ୟାଟିଂ ଏବଂ ବୋଲିଂରେ ଭଲ ପଦର୍ଶନ କରିଥିଲେ ଯୁବରାଜ । ବିଶ୍ୱକପରେ ଯୁବରାଜ ୯୦.୫୦ ରନ ଆଭେରେଜ୍ରେ ୩୨୬ ରନ ସଂଗ୍ରହ କରିବା ସହ ୧୫ ଟି ଉଇକେଟ ମଧ୍ୟ ନେଇଥିଲେ ।  କିନ୍ତୁ ୨୦୨୧୧ ବିଶ୍ୱକପ ପରେ ସେ କର୍କଟ ରୋଗରେ ପୀଡ଼ିତ ହେବା ସହ ପରେ କିକ୍ରେଟରୁ ଅବସର ନେଇଥିଲେ । ତେବେ ଚଳିତ ଟି-୨୦ ବିଶ୍ୱକପରେ ଭାରତୀୟ ଟିମର ଖରାପ ପଦର୍ଶନ ପରେ ଯୁବରାଜଙ୍କ ଏଭଳି ଘୋଷଣା କିକ୍ରେଟ ପ୍ରେମୀଙ୍କୁ ଦ୍ୱନ୍ଦରେ ପକାଇଦେଇଛି ।  
 

Related News
satta king tw