Top Stories

Search here...

News

୨୦୨୪ ପାଇଁ ବିଜେଡିର ପ୍ରସ୍ତୁତି: ଓଡ଼ିଆ ନବବର୍ଷ ପରେ ବଦଳିବ ମନ୍ତ୍ରୀମଣ୍ଡଳ; ୭୦ % ନୁଆଁ ମୁହଁଙ୍କୁ ମିଳିବ ସୁଯୋଗ

Posted On - 1 minute ago
Edited By Jyotirmayee Patanaik
LAST UPDATED Apr 05, 2022 08:20 PM

ଏପ୍ରିଲ ୧୬ରୁ ୨୧ତାରିଖ ମଧ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ତିଥିବାର ଧାର୍ଯ୍ୟ ନିମନ୍ତେ ସମ୍ପୃକ୍ତ ଜ୍ୟୋତିଷଙ୍କୁ କୁହାଯାଇଥିବା ସୂଚନା ମିଳିଛି । ଆଉ ତାଙ୍କର ସବୁଜ ସଙ୍କେତ ମିଳିଲେ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

 

BBSR Reporters

 

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିଜକୁ ସୃଦୃଢ କରିବାକୁ ଚେଷ୍ଟା ଚଳାଇଛି । ନବୀନ ସରକାର ନିଜ ପଂଚମ ପାଳି ସରକାରର ୩ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ କରିବାରର ଆଶଙ୍କା ବୃଦ୍ଧି ପାଇଛି । ମନ୍ତ୍ରିମଣ୍ଡଳରେ ପ୍ରାୟ ୭୦ ପ୍ରତିଶତ ନୂଆ ମୁହଁଙ୍କୁ ଦେଖିବାକୁ ମିଳିବ । ଏଥିପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହେବା ସହ କାଉଣ୍ଟଡାଉନ୍ ମଧ୍ୟ ଆରମ୍ଭ ହୋଇଯାଇଛି । ଯଦି ସବୁକିଛି ଠିକଠାକ୍ ରୁହେ, ତା’ହେଲେ ଓଡ଼ିଆ ନବବର୍ଷ ଅବା ପଣାସଂକ୍ରାନ୍ତି ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତନ ହେବାର ସମ୍ଭାବନା ଅଧିକ ରହିଛି । 


ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ ପ୍ରସ୍ତୁତି ଶେଷ କରିଛନ୍ତି । ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଅଶାତୀତ ସଫଳତା ଅନୁସାରେ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ଦୀର୍ଘ ପ୍ରାୟ ଏକବର୍ଷ ଧରି ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ବିଜେଡି ମହଲରେ ଲବି ଓ ଚାପ ସୃଷ୍ଟି ହେଉଥିଲା ।ଦଳ ଓ ନେତାଙ୍କ ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟ ହିଁ ଏହି ନୂଆ ସହଯୋଗୀମାନଙ୍କ ଏକମାତ୍ର ମାପକାଠି ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି । 

 ବିଜେଡି ସୁପ୍ରିମୋଙ୍କ ପରାମର୍ଶଦାତା ତଥା ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳର ରୂପରେଖ ଚୂଡ଼ାନ୍ତ ହୋଇଛି । ଏହି ପ୍ରକ୍ରିୟାରେ ଅନ୍ୟ କୌଣସି ନେତା ଓ ଅଫିସରଙ୍କ ଲବି କିମ୍ବା ପରାମର୍ଶ ବିଶେଷକିଛି ଗୁରୁତ୍ୱ ବହନ କରୁନଥିବାବେଳେ ଗ୍ରହ ଓ ନକ୍ଷତ୍ର ଗଣନା ଉପରେ ମନ୍ତ୍ରିମଣ୍ଡଳ ଅଦଳବଦଳର ସମୟ ନିର୍ଭର କରୁଛି । ନିଜ ଜ୍ୟୋତିଷଙ୍କ ସବୁଜ ସଙ୍କେତ ବିନା କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁନଥିବା ବିଜେଡିର ଏହି କ୍ଷମତାକେନ୍ଦ୍ର ପ୍ରସ୍ତାବିତ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ମଧ୍ୟ ଅନୁରୂପ ନୀତି ଆପଣାଇଥିବା ଜଣାପଡ଼ିଛି । 

 

ଏପ୍ରିଲ ୧୬ରୁ ୨୧ତାରିଖ ମଧ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ତିଥିବାର ଧାର୍ଯ୍ୟ ନିମନ୍ତେ ସମ୍ପୃକ୍ତ ଜ୍ୟୋତିଷଙ୍କୁ କୁହାଯାଇଥିବା ସୂଚନା ମିଳିଛି । ଆଉ ତାଙ୍କର ସବୁଜ ସଙ୍କେତ ମିଳିଲେ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

 

ସେହିପରି ମନ୍ତ୍ରିମଣ୍ଡଳ ଅଦଳବଦଳ କାର୍ଯ୍ୟ ସମ୍ପାଦନରେ ସଂସଦୀୟ ବ୍ୟାପାର ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହୁଥିବାରୁ ସମ୍ପୃକ୍ତ ବିଭାଗୀୟ ସଚିବ ଜି. ମାଥିଭାଥାନନଙ୍କୁ ନିଜର ଛୁଟି କାଣ୍ଟଛାଣ୍ଟ୍ କରି ଆସନ୍ତା ସପ୍ତାହ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ଏପଟେ କେତେକ ମନ୍ତ୍ରୀଙ୍କୁ ନିଜର ବିଭାଗୀୟ ଫାଇଲ୍ କାର୍ଯ୍ୟ ନକରିବାକୁ କୁହାଯାଇଛି ଓ କେତେକ ମନ୍ତ୍ରୀଙ୍କୁ ଜରୁରୀ ନଥିଲେ ରାଜଧାନୀ ଭୁବନେଶ୍ୱର ଛାଡ଼ିବାକୁ ମଧ୍ୟ ବାରଣ କରାଯାଇଛି  । 

 

ନୂଆ ମନ୍ତ୍ରିମଣ୍ଡଳରେ ସବୁ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି । ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ଦିବ୍ୟଶଙ୍କର ମିଶ୍ର,ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ୍ , ପ୍ରେମାନନ୍ଦ ନାଏକଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀଙ୍କୁ ନିଜ ପଦବୀ ହରାଇବାକୁ ପଡ଼ିପାରେ ବୋଲି ସୂଚନା ମିଳିଛି  ।                                                                                                                                                                                                                                                                                                                                                                                                                                                                                                                                     
ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ମୟୂରଭଞ୍ଜ ଜିଲ୍ଲାରୁ ଅନୁସୂଚିତ ଜନଜାତି ବର୍ଗର ବାସନ୍ତୀ ହେମ୍ବ୍ରମଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରୁ ଉଭୟ ପ୍ରତାପ କେଶରୀ ଦେବ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ମଧ୍ୟ ସ୍ଥ୍ାନ ଦିଆଯାଇପାରେ । ସେହିପରି ଜଗତସିଂହପୁର ଜିଲ୍ଲାରୁ ପ୍ରଶାନ୍ତ କୁମାର ମୁଦୁଲି ଓ ଯାଜପୁର ଜିଲ୍ଲାରୁ ପ୍ରଣବ ବଳବନ୍ତରାୟ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ୍ , କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ରଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି  ।
 

Related News
satta king tw