Top Stories

Search here...

News

ଜମି ଦେବାକୁ କହି ଟଙ୍କା ଠକିବା ଅଭିଯୋଗରେ ବିଲଡର ଗୟାଧର ଜେନା ଗିରଫ 

Posted On - 1 minute ago
Edited By Team BbsrReporters
LAST UPDATED Nov 10, 2021 01:07 PM

ଜମି ଦେବା ନାମରେ ୪ ଲକ୍ଷ ଟଙ୍କା ଠକେଇ କରିଥିବାର ଗୟାଧରଙ୍କ ନାମରେ ଅଭିଯୋଗ ହୋଇଥିଲା | ଆଉ ପୁଲିସ ଏବେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି |

 

 

BBSR Reporters

 

 

ଭୁବନେଶ୍ୱର: ଜମି ଦେବାକୁ କହି ଟଙ୍କା ଠକିବା ଅଭିଯୋଗରେ ବିଲଡର ଗୟାଧର ଜେନା ଗିରଫ ହେଇଛନ୍ତି l  ଏଭଳି ଅଭିଯୋଗ ଆସିବା ପରେ ଶାରଳା ରିଅଲକନ୍‌ ମୁଖ୍ୟ ତଥା ପରିଚାଳନା ନିର୍ଦେଶକ ଗୟାଧର ଜେନାଙ୍କୁ ସହୀଦ ନଗର ଥାନା ପୁଲିସ ଗିରଫ କରିଛି | ଜମି ଦେବା ନାମରେ ୪ ଲକ୍ଷ ଟଙ୍କା ଠକେଇ କରିଥିବାର ଗୟାଧରଙ୍କ ନାମରେ ଅଭିଯୋଗ ହୋଇଥିଲା | ଆଉ ପୁଲିସ ଏବେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି | ଏହା ପ୍ରଥମ ମାମଲା ନୁହେଁ ପୂର୍ବରୁ ଜମି ଫ୍ଲାଟ ଆଦି ଦେବାକୁ କହି ଅନେକ ଲୋକଙ୍କୁ ଠକି ଥିଲେ ଗୟାଧର |

 

 

ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଜମାକାରୀଙ୍କୁ ଜମି ଓ ଘର ଯୋଗାଇ ଦେବାକୁ କହି ଶାରଳା ସଂସ୍ଥା ସାଧାରଣ ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା। ଆଉ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଗୟାଧର ଜେନା, ତାଙ୍କ ପତ୍ନୀ ପଙ୍କଜିନୀ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଥିଲା |

 

 

ସୂଚନା ଅନୁଯାୟୀ ଲକ୍ଷ୍ମୀସାଗରରେ ଥିବା ଶାରଳା ରିଅଲ୍‌କନର ମ୍ୟାନେଜି˚ ଡାଇରେକ୍ଟର ଗୟାଧର ଜେନା ୨୦୧୦ ମସିହା ପରଠାରୁ ଜମି ଯୋଗାଇବା ଆଳରେ ଗ୍ରାହକଙ୍କ ନିକଟରୁ ଟଙ୍କା ନେବା ଆରମ୍ଭ କରିଥିଲେ। ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଜମି ଠକେଇ ଅଭିଯୋଗରେ ଛନ୍ଦି ହୋଇଥିଲେ।

Related News
satta king tw