Top Stories

Search here...

News

ପ୍ରବଳ ବର୍ଷା ଓ ପବନ ପାଇଁ  ବିମାନ ଅବତରଣ ବନ୍ଦ କଲା ଚେନ୍ନାଇ ବିମାନବନ୍ଦର 

Posted On - 2 minutes ago
Edited By Team BbsrReporters
LAST UPDATED Nov 11, 2021 04:43 PM

ଡିପ୍ରେସନ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବାର ସମ୍ଭାବନା ଥିବାବେଳେ ୬୦ କିଲୋମିଟର ବେଗରେ ଝଟକା ଦେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରରେ ବିମାନ ଅବତରଣକୁ ବନ୍ଦ ରଖାଯାଇଛି।


 

BBSR Reporters

 

 

 

ଚେନ୍ନାଇ: ବଙ୍ଗୋପସାଗରରେ  ଡିପ୍ରେସନ ଧୀରେ ଧୀରେ ତାମିଲନାଡ଼ୁ ଉପକୂଳ ଆଡ଼କୁ ଗତି କରୁଛି ଫଳରେ ଏହା ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି । ଏହା ଆଜି ସଂଧ୍ୟା ସୁଦ୍ଧା ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

 

 ଡିପ୍ରେସନ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବାର ସମ୍ଭାବନା ଥିବାବେଳେ ୬୦ କିଲୋମିଟର ବେଗରେ ଝଟକା ଦେବାର ସମ୍ଭାବନା ରହିଛି ।

 

 

ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରରେ ବିମାନ ଅବତରଣକୁ ବନ୍ଦ ରଖାଯାଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରରେ ବିମାନ ଅବତରଣ କରିବ ନାହିଁ। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ବିମାନ ଅବତରଣ ବନ୍ଦ ଥିଲେ ବି ଉଡ଼ାଣ ପୂର୍ବପରି ଜାରି ରହିବ।

 

 

ବିମାନ ଅବତରଣ ସହ ଯାତାୟତ ଉପରେ ପ୍ରଭାବ ପକାଇଛି ବର୍ଷ‌ା। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯିବା ସହ ବନ୍ୟାସ୍ଥିତିର ମୁକାବିଲା କରିବାକୁ ରାଜ୍ୟରେ ୧୧ଟି ଏନଡିଆରଏଫ ଦଳ ଓ ୭ଟି ଏସଡିଆରଏଫ ଦଳ ମୁତୟନ କରାଯାଇଛି ।

Related News
satta king tw