Top Stories

Search here...

News

ନୂଆ ଦଳ ଘୋଷଣା କଲେ କ୍ୟାପଟେନ୍ ଅମରିନ୍ଦର ସିଂ

Posted On - 40 minutes ago
Edited By Team BbsrReporters
LAST UPDATED Nov 02, 2021 08:42 PM

ରାହୁଲ ଓ ପ୍ରିୟଙ୍କା ସବୁ ଜାଣି ମଧ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଭଳି ଜଣେ ଅସ୍ଥିର ଓ ପାକିସ୍ତାନ ପ୍ରେମୀଙ୍କୁ ସମର୍ଥନ କରିଛନ୍ତ ସେ ଅଭିଯୋଗ କରିଛନ୍ତି ।

 

BBSR Reporters

 

ଅମୃତସର: କଂଗ୍ରେସରରୁ ଇସ୍ତଫା ଦେବା ସହ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ନିଜ ନୂଆ ଦଳର ନାଁ ଘୋଷଣା କରିଛନ୍ତି । ଆଜି ବିଧିବଦ୍ଧ ଭାବେ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ିବା ସମ୍ପର୍କରେ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିବା ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । କ୍ୟାପ୍େଟନ ତାଙ୍କ ନୂଆ ଦଳର ନାଁ ପଞ୍ଜାବ ଲୋକ କଂଗ୍ରେସ ରଖିଛନ୍ତି । 


ତେବେ ତାଙ୍କ ଦଳର ପଞ୍ଜୀକରଣ ଆବେଦନ ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ପଡ଼ି ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପୂର୍ବରୁ ଆଜି କ୍ୟାପ୍େଟନ ନିଜ ନୂଆ ଦଳର ନାଁ ଚଣ୍ଡିଗଡ଼ ଠାରେ ସାର୍ବଜନୀନ କରିଛନ୍ତି । 

 

ସେ କହିଛନ୍ତି, ପୂର୍ବରୁ ଆମେ ଆମର ନିଜସ୍ୱ ଦଳ ଗଠନ କରିବା ସମ୍ପର୍କରେ ଘୋଷଣା କରିଥିଲୁ । ଆମ ଓକିଲ ଟିମ୍ ଏହି ପ୍ରକ୍ରିୟାରେ ଲାଗିଛନ୍ତି ଓ ଦଳର ପଞ୍ଜୀକରଣ ଆବେଦନ ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ରହିଛି । ନିର୍ବାଚନ କମିଶନ ଏହି ପ୍ରସ୍ତାବିତ ନାଁ ଉପରେ ମଧ୍ୟ ଆପତ୍ତି ଉଠାଇ ନାହାନ୍ତି । ଆମେ ୩ଟି ପ୍ରସ୍ତାବିତ ଦଳୀୟ ଚିହ୍ନ ନିର୍ବାଚନ କମିଶନଙ୍କ ପାଖକୁ ପଠାଇଥିଲୁ । ସେମାନେ ମଧ୍ୟ ଆମକୁ ୩ଟି ସମ୍ଭାବ୍ୟ ଚିହ୍ନ ଦେଇଛନ୍ତି । ଏହି ୬ଟି ପ୍ରସ୍ତାବିତ ଚିହ୍ନ ମଧ୍ୟରୁ ଗୋଟିଏ ଆମେ ଚୟନ କରିବୁ ।

 

ସବୁ କିଛି ପ୍ରକ୍ରିୟା ଶେଷ ହେବା ପରେ ପାର୍ଟିକୁ ଲଞ୍ଚ କରାଯିବ । ପାର୍ଟି ଲଞ୍ଚ ହେବା ବେଳେ ଏହାର ଲକ୍ଷ୍ୟ, ଉଦେ୍ଧଶ୍ୟ ଓ ନୀତି ଗୁଡ଼ିକ ବିଷୟରେ ଘୋଷଣା କରାଯିବ ବୋଲି କ୍ୟାପ୍େଟନ ଅମରିନ୍ଦର ସିଂହ କହିଛନ୍ତି ।

 

ଅନ୍ୟପକ୍ଷରେ କ୍ୟାପ୍େଟନ ଅମରିନ୍ଦର ସିଂହ ନିଜର ଇସ୍ତଫାପତ୍ରରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ରାହୁଲ ଓ ପ୍ରିୟଙ୍କା ସବୁ ଜାଣି ମଧ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଭଳି ଜଣେ ଅସ୍ଥିର ଓ ପାକିସ୍ତାନ ପ୍ରେମୀଙ୍କୁ ସମର୍ଥନ କରିଛନ୍ତ ସେ ଅଭିଯୋଗ କରିଛନ୍ତି ।

Related News
satta king tw