Top Stories

Search here...

News

ପୁଣି ପରୀକ୍ଷାରେ ବିରାଟ ବାହିନୀ; ଆଜି ଆଫଗାନିସ୍ତାନକୁ ଭେଟିବ ଦଳ

Posted On - 5 minutes ago
Edited By Team BbsrReporters
LAST UPDATED Nov 03, 2021 12:11 PM

ଆଫଗାନିସ୍ତାନ ବିପକ୍ଷରେ ଭାରତ ଚୂଡାନ୍ତ ଏକାଦଶ କିପରି ରହିବ ଓ କିଏ ଓପନିଂ କରିବ ତାହା ସମର୍ଥକଙ୍କୁ ଆନ୍ଦୋଳିତ କରୁଛି ।

 

 

BBSR Reporters

 

 

ନୂଆଦିଲ୍ଲୀ: ପୁଣି ପରୀକ୍ଷାରେ ବିରାଟ ବାହିନୀ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାସ୍ତ ହେବା ପରେ ଆଜି ଆଫଗାନିସ୍ତାନକୁ ଭେଟିବ ଦଳ । ଅନଭିଜ୍ଞ ଆଫଗାନିସ୍ତାନ ଦୁଇଟି ବଡ଼ ବିଜୟ ହାସଲ କରି ୪ ପଏଂଟ ପାଇସାରିଛି । ଏହା ସହ ଦଳର ନେଟ୍ ରନ୍ ରେଟ୍ ଗ୍ରୁପ୍‌-୨ରେ ସବୁଠୁ ଭଲ ରହିଛି ।

 

ଆଉ ଗୋଟିଏ ବିଜୟ ହାଲ କଲେ ଆଫଗାନିସ୍ତାନ ମଧ୍ୟ ସେମିଫାଇନାଲ ଯିବାର ସମ୍ଭବାନା ରହିଛି । ହେଲେ ଭାରତ ଏପର୍ଯ୍ୟନ୍ତ ବିଜୟ ଖାତା ଖୋଲିପାରିନଥିବା ବେଳେ ଗ୍ରୁପ୍‌ର ପଂଚମ ସ୍ଥାନରେ ରହିଛି । ଆଫଗାନିସ୍ତାନ ବିପକ୍ଷରେ ଭାରତ ଚୂଡାନ୍ତ ଏକାଦଶ କିପରି ରହିବ ଓ କିଏ ଓପନିଂ କରିବ ତାହା ସମର୍ଥକଙ୍କୁ ଆନ୍ଦୋଳିତ କରୁଛି ।

 

ଭାରତ ପାଇଁ ଦଳରେ ବଡ଼ ଧରଣର ପରିବର୍ତନ ହେବାର ସମ୍ଭାବନା ନାହିଁ । ଆହତ ସୂର୍ଯ୍ୟକୁମାରଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେ ଫିଟ୍ ଥିଲେ ଇଶାନ କିଷନଙ୍କ ସ୍ଥାନ ନେଇ ପାରନ୍ତି । ଯଦି ଦୁଇ ଜଣ ଚୂଡାନ୍ତ ଏକାଦଶରେ ସ୍ଥାନ ପାଆନ୍ତି ତେବେ କାହାକୁ ବାଦ୍ ଦିଆଯିବ? ପାଣ୍ଡା ଦୁଇଟି ମ୍ୟାଚ୍‌ରୁ ୩୫ ବଲ୍‌ରୁ ୩୧ ରନ୍ କରିବା ପରେ ତାଙ୍କ ଦକ୍ଷତା ଓ ଫିଟ୍‌ନେସ୍‌କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Related News
satta king tw