Top Stories

Search here...

News

ବିଜେପି କର୍ମୀଙ୍କୁ ଗିରଫ କରିବାକୁ ନେଇ ଥାନାରେ ଗଣ୍ଡଗୋଳ; ୩ ପୁଲିସ୍ କର୍ମଚାରୀଙ୍କ ଆହତ

Posted On - 1 minute ago
Edited By Team BbsrReporters
LAST UPDATED Oct 22, 2021 06:26 PM

ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ କଥା କଟା କଟି ହୋଇଛନ୍ତି ବିଜେପି, ବିଜେଡି ।

 

BBSR Reporters


କଟକ: ତିନି ଜଣ ବିଜେପି କର୍ମୀଙ୍କୁ  ଗିରଫ କରିବାକୁ ନେଇ ଆଜି କଟକ ଜିଲ୍ଲା ନରସିଂହପୁର ଥାନାରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି  । ପୁଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ପିଟାପିଟିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।


ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ପୁଲିସ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗାଁର ୩ ଜଣ ବିଜେପି କର୍ମୀ ମନୋଜ ନାୟକ, ରଞ୍ଜନ ସାମନ୍ତରାୟ ଓ ଲିପୟ ବଳିୟାରସିଂଙ୍କୁ ଉଠାଇ ଆଣିଥିଲା । ଏକ ଅପହରଣ ଓ ମାରଧର ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହୁଥିବା ବେଳେ କୌଣସି କାରଣ ନଥାଇ ସେମାନଙ୍କୁ ଗିରଫ କରାଯାଇଥିବା ବିଜେପି ଅଭିଯୋଗ କରିଛି ।


ଏହାକୁ ବିରୋଧ କରି ବିଜେପି  ପକ୍ଷରୁ ଥାନାରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେପି କର୍ମୀମାନେ ଥାନାରେ ଗେଟ୍ରେ ତାଲା ପକାଇ ଧାରଣାରେ ବସିଥିଲେ । ଯାହାକୁ ନେଇ  ପୁଲିସ ଓ ଆନେ୍ଦାଳନକାରୀ ମୁହାଁମୁହିଁ ହୋଇଥିଲେ । ଲୋକେ ପୁଲିସ୍ ଉପରେ ଢେଲା, ପଥର ମାଡ଼ କରିଥିବା ବେଳେ ପୁଲିସ ଲୋକଙ୍କ ଉପରେ ଲାଠି ଚାର୍ଜ କରିଥିଲା । 

 

ଗିରଫ ତିନି ଜଣଙ୍କ ବିରୋଧରେ ଅପହରଣ କରି ମାରଧର କରିଥିବା ଅଭିଯୋଗ ରହିଥିବା ବେଳେ ବିଜେପି ନେତା ବିଜୟ ଦଳବେହେରା କହିଛନ୍ତି ଯେ ସେମିତି କିଛି ହୋଇନାହିଁ । କେବଳ ପାଟିତୁଣ୍ଡ ହୋଇଥିଲା । କୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଏହି ମାମଲାର ସମାଧାନ ହୋଇଯାଇଥିଲା । ତେବେ ସ୍ଥାନୀୟ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ କଥାରେ ଘଟଣାର ରାଜନୀତିକରଣ କରାଯାଇଛି ଓ ପୁଲିସ୍ ବିଜେପି କର୍ମୀମାନଙ୍କୁ ଗିରଫ କରିଛି ।

 

ଅନ୍ୟପକ୍ଷରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଅପରାଧୀ ମାନଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ସେମାନଙ୍କୁ ବଞ୍ଚାଇବାକୁ ବିଜେପି କର୍ମୀମାନେ ଥାନା ଉପରେ ଆକ୍ରମଣ କରି ପୁଲିସ୍କୁ ପିଟିଛନ୍ତି । ଅପରାଧୀଙ୍କୁ ପୁଲିସ୍ ଗିରଫ କଲେ କ’ଣ ଦେବୀ ମିଶ୍ର ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି ।

Related News
satta king tw