Top Stories

Search here...

News

ଆରମ୍ଭ ହେବ ରଥ ଟଣା; ରଥାରୁଢ ହେଲେ ତିନି ଠାକୁର

Posted On - 2 minutes ago
Edited By Team BbsrReporters
LAST UPDATED Jul 12, 2021 11:16 AM

ପୁରୀ ଜିଲ୍ଲାପାଳ ନନ୍ଦିଘୋଷ ରଥ ଦାୟିତ୍ୱରେ ରହୁଥିବା ବେଳେ ଏସ୍ପି ତାଳଧ୍ୱଜ ଓ ଅତିରିକ୍ତ ଜିଲ୍ଲାପାଳ ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ରହିଛନ୍ତି ।

 

BBSR Reporters


ପୁରୀ: କୋଭିଡ କଟକଣା ମଧ୍ୟରେ  ଶେଷ ହୋଇଛି ତିନି ଠାକୁରଙ୍କ ପହଣ୍ଡି ବିଜେ।  ଦେବଦଳନ ରଥରେ ସୁଭଦ୍ରା, ତାଳଧ୍ୱଜରେ ବଳଭଦ୍ର ରଥାରୁଢ। ନନ୍ଦିଘୋଷ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ ହୋଇଛନ୍ତି। ଆଉ କିଛି ସମୟ ପରେ ଆରମ୍ଭ ହେବ ରଥ ଟଣା । ପୂର୍ବଥର ଭଳି ଏଥର ମଧ୍ୟ ଭକ୍ତଙ୍କୁ ରଥ ଟାଣିବାକୁ ବାରଣ କରାଯାଇଛି । କେବଳ ସେବୟତମାନେ ରଥଟାଣିବେ । ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ ନେଇସାରିଥିବେ ।

 


ଆଜି  ନିର୍ଦ୍ଧାରିତ ସମୟ ପୂର୍ବରୁ ମହାପ୍ରଭୁଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ  ହୋଇଥିଲା । ଏହା ସହ  ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଥଲ ।  ଶ୍ରୀଜିଉଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି । ଧାଡ଼ି ପହଣ୍ଡିରେ ରଥକୁ  ବିଜେ କରିଥଲେ ଶ୍ରୀସୁଦର୍ଶନ। ଏହାପରେ   ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ଏହାପରେ ଦେବୀ ସୁଭଦ୍ରା ଓ ପରେ ଶେଷରେ ପହଣ୍ଡିରେ ଆସିଥିଲେ ଶ୍ରୀଜଗନ୍ନାଥ।

 

                                                                                   


 ଭକ୍ତଶୂନ୍ୟ ରଥଯାତ୍ରା ପାଇଁ  ପୁଲିସ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସହରର ମୁଖ୍ୟ ପ୍ରବେଶ ପଥ, ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ଘର ଛାତ ଉପରେ ସୁରକ୍ଷା ବାହିନୀ ମୁତୟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

 

 

ରବିବାର ରାତି ୮ଟାରୁ ସହରରେ ଲାଗୁ ହୋଇଥିବା କର୍ଫ୍ୟୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ   ବଳବତ୍ତର ରହିବ।ବଡ଼ଦାଣ୍ଡ କଡ଼ରେ ଥିବା ଘର ଛାତ ଉପରେ ଠିଆ ହେବକୁ ବାରଣ କରାଯାଇଛି  । ପୁଲିସ ଡିଜି ଶ୍ରୀ ଅଭୟ ପୁରୀ ଯାଇ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଓ ବରିଷ୍ଠ ଅଧିକାରୀଙ୍କ ସହ ରଥଯାତ୍ରା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

 


 ଏଥିପାଇଁ ପ୍ରତି ରଥ ପିଛା ୫ ଶହ ଲେଖାଏଁ ସେବାୟତ ରହିବେ । ପୁରୀ ଜିଲ୍ଲାପାଳ ନନ୍ଦିଘୋଷ ରଥ ଦାୟିତ୍ୱରେ ରହୁଥିବା ବେଳେ ଏସ୍ପି ତାଳଧ୍ୱଜ ଓ ଅତିରିକ୍ତ ଜିଲ୍ଲାପାଳ ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ରହିବେ  ବୋଲି ସୂଚନା ମିଳିଛି ।

Related News
satta king tw