Top Stories

Search here...

News

ସରିଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

Posted On - 1 day ago
Edited By Team BbsrReporters
LAST UPDATED Feb 19, 2022 06:21 PM

ଅପରାହ୍ନ ୧ଟା ସୁଦ୍ଧା ଆସିଥିବା ରିପୋର୍ଟ ଅନୁଯାୟୀ ୬୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

 

BBSR Reporters

 

 

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହୋଇଛି। ଏବେବି ଅନେକ ମତଦାନ କେନ୍ଦ୍ରରେ ଭୋଟଗ୍ରହଣ ଚାଲିଛି। ତେବେ ଅପରାହ୍ନ ୧ଟା ସୁଦ୍ଧା ଆସିଥିବା ରିପୋର୍ଟ ଅନୁଯାୟୀ ୬୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ  ଅନୁଯାୟୀ, ଦିନ ଗୋଟାଏରେ ବୁଥ୍‌ ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ଯେଉଁମାନେ ସମୟ ପୂର୍ବରୁ ବୁଥ୍ ପରିସରରେ ପ୍ରବେଶ କରି ସାରିଛନ୍ତି ସେମାନେ ଭୋଟ୍ ଦେଉଛନ୍ତି।ସୂଚନାଯୋଗ୍ୟ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ନିର୍ବାଚନ ବାକି ଅଛି। ଏହାକୁ କିପରି ସୁରୁଖୁରରେ ସମ୍ପାଦନ କରାଯିବ, କିପରି ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳିତ ହେବ ତାହା ଉପରେ ସମସ୍ତଙ୍କ ନଜର।

 

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରକ୍ତପାତ, ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏହାପରେ ରାଜ୍ୟ ନିର୍ବାଚନ କମିଶନର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ପରବର୍ତ୍ତୀ ପର୍ଯ୍ୟାୟରେ ଯେପରି ହିଂସାକାଣ୍ଡ ନ ଘଟେ, ତାହା ଉପରେ ନଜର ରଖିବାକୁ ଡିଜିପିଙ୍କୁ ତାଗିଦ କରିଥିଲେ। ତେବେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ କାଁ ଭାଁ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି।

 

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କୁତୁରୁ ପଞ୍ଚାୟତ ରାମେୟାପାଟଣାରେ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ବୃତ୍ତମାନେ ରାମେୟାପାଟଣାର ୧୨ ନମ୍ବର ବୁଥ୍ ଭିତରେ ପଶି ୩୨ଟି ବାଲଟ ପେପର ଚିରି ଦେଇଥିଲେ। ସେହିପରି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅଧିନରେ ଥିବା ପଟସରାର  ୧ ଓ ୨ ନମ୍ବର ବୁଥ୍‌ରେ ମଧ୍ୟ ହିଂସାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗୋଟିଏ ବୁଥ୍‌ରୁ ଭୋଟ୍ ବାକ୍ସ ନେଇ ପଳାଇଥିଲେ। ଆଉ ଏକ ବୁଥ୍‌ର ଭୋଟ୍ ବାକ୍ସ ଭାଙ୍ଗି ଦେଇଥିଲେ। ଭୋଟ୍ ଆରମ୍ଭ ପରେ ଜଣେ ଏଜେଣ୍ଟ ଆସିବାରୁ ତାଙ୍କୁ ପ୍ରବେଶ ଅନୁମତି ଦିଆଯାଇନଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନେଇ ସେଠାରେ ମତଦାନ ବନ୍ଦ ରହିଥିଲା। ଏନେଇ ପ୍ରିଜାଇଡିଂ ଅଫିସର ରିପୋର୍ଟ ଦେଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ କହିଛନ୍ତି ।

 

Related News
satta king tw