Top Stories

Search here...

News

ଆଜି ପ୍ରବିତ୍ର ରାମ ନବମୀ; ପଢନ୍ତୁୁ ଏହି ପର୍ବକୁ ନେଇ କଣ ରହିଛି ପୌରାଣିକ କଥା

Posted On - 1 minute ago
Edited By Team BbsrReporters
LAST UPDATED Apr 21, 2021 11:24 AM

ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀରାମ ଅଯୋଧ୍ୟାର ରାଜା ଦଶରଥଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।

 

BBSR Reporters

 


ଭୁବନେଶ୍ୱର: ଆଜି ପ୍ରବିତ୍ର ରାମ ନବମୀ  । ଏହିଦିନରେ  ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଇଥାଏ ।   ହିନ୍ଦୁଧର୍ମର ଓଡ଼ିଆ ବର୍ଷର ଚୈତ୍ର ମାସ ଶୁକ୍ଳପକ୍ଷର ନବମୀକୁ ରାମନବମୀ ଭାବରେ ପାଳନ କରିଥାନ୍ତି ।  ଏହିଦିନ ପୁନର୍ବସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ଭଗବାନ ରାମଙ୍କର ଜନ୍ମ ହୋଇଥିଲା । 

 

 

ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ତ୍ରେତୟା ଯୁଗରେ ରଘୁକୂଳରେ ଜନ୍ମ ହୋଇଥିଲେ ପ୍ରଭୁ ଶ୍ରୀରାମ । ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀରାମ ଅଯୋଧ୍ୟାର ରାଜା ଦଶରଥଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଦ୍ଧ ନିମନ୍ତେ ହୋଇଥିଲା । ସେଥିପାଇଁ ରାମନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ । ହିନ୍ଦୁମାନେ  ରାମନବମୀ ଉପଲକ୍ଷେ ନଅ ଦିନ ଧରି  ଭଜନ କୀର୍ତ୍ତନ, ଅଖଣ୍ଡପାଠ କରିଥାନ୍ତି  । ଏଡି ଅବସରରେ  ବିଶେଷକରି ରାମଚରିତମାନସ ପାଠ କରାଯାଏ । ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍ଧାମ୍ ଜାକଜମକରେ ପାଳିତ ହୋଇଥାଏ ରାମନବମୀ ।

 

 

 ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ବ୍ରତଧାରୀମାନେ ଏହିଦିନ ଉପବାସ କରିବା ସହ ନିଷ୍ଠୋର ସହ ପୂଜାର୍ଚନା କରନ୍ତି । ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରିଥାଆନ୍ତି । ଏହି ଦିନ ପ୍ରାସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ , ଶ୍ରୀଖଣ୍ଡ, ଖିରୀ ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ । ରାମଙ୍କ ଏହି ଜନ୍ମଦିନକୁ ଓଡ଼ିଶା ସମେତ ସାରା ଦେଶରେ ଧୁମଧାମରେ ପାଳନ କରାଯାଇଥାଏ । ଓଡ଼ିଶାରେ ବିଶେଷ କରି ଭ୍ରଦକରେ ରାମ ନବନୀ ପାଳନ କରାଯାଇଥାଏ । କିନ୍ତୁୁ ଚଳିତ ବର୍ଷ କରୋନା କଟକଣା ପାଇଁ ରାମ ନବନୀ ପାଳନ ଉପରେ ରୋକ ଲାଗିଛି । କେବଳ ନୀତିକାନ୍ତି ଅନୁଷ୍ଠି ହେବ ବୋଲି ଜାରି କରାଯାଇଥିବା କଟକଣାରେ କୁହାଯାଇଛି । 
 

Related News
satta king tw