Top Stories

Search here...

News

ନିଶା ବେପାରୀଙ୍କ ଘରୁ ମିଳିଲା ୭୫ ଲକ୍ଷ ଟଙ୍କା,  ୮ କେଜି ସୁନା, ୧୦ କେଜି ଅଫିମ

Posted On - 6 minutes ago
Edited By Team BbsrReporters
LAST UPDATED Oct 22, 2021 08:06 PM

ଗଞ୍ଜାମର ଜଣେ ବେପାରୀଙ୍କ ଘରୁ ପୁଲିସ ୮ କେଜି ୫୯୮ ଗ୍ରାମ ସୁନା, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କେଜି ଗଞ୍ଜେଇ ଓ ୧୦ କେଜି ଅଫ ଜବତ କରିଥିଲା ।

 

BBSR Reporters


ଗଞ୍ଜାମ : ବେଆଇନ ଗଞ୍ଜେଇ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଚଢାଛ କରି ବିପୁଳ ପରିମାଣର ଟଙ୍କା ସହ ସୁନା ଜବତ କରିଛି ପୁଲିସ । ଏପରି ଘଟଣା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଖଲିକୋଟ ଥାନା ଅଞ୍ଚଳରେ  । ପୁଲିସ ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକଙ୍କୁ ଗିରଫ କରିବା ସହିତ ସୁନା ଓ ଟଙ୍କା ଜବତ କରିଛି । ତାଙ୍କ ଘରୁ ୮ କେଜି ୫୯୮ ଗ୍ରାମ ସୁନା ଜବତ କରିଛି । ଏଥିସହିତ ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କେଜି ୯୪ ଗ୍ରାମ ଗଞ୍ଜେଇ ଓ ୧୦ କେଜି ୧୦ ଗ୍ରାମ ଅଫିମ ପୁଲିସ ଜବତ କରିଛି ।

 

ପୁଲିସ ସୂଚନା ମୁତବାକ, ଗଞ୍ଜାମ ଜିଲ୍ଲା ଖଜାପଲ୍ଲୀ ଗାଁର ରଜନୀକାନ୍ତ ପଟ୍ଟନାୟକ ବାହାରୁ ଗଞ୍ଜେଇ କିଣି  ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ । ତାଙ୍କୁ ଧରିବା ପାଇଁ  ଗୁରୁବାର ରାତିରେ ପୁଲିସ୍ ଅଚାନକ ରଜନୀକାନ୍ତଙ୍କ ଘରେ ଚଢ଼ଉ କରିଥିଲା । ଚଢାଉ ବେଳେ ଏହି ସବୁ ସାମଗ୍ରୀ ଜବତ କରଛି ପୁଲିସ । ଏତେ ପରିମାଣର ଅର୍ଥ ଓ ସୁନା କେଉଁ ଉପାୟରେ ଉପାଉର୍ନ ତାହାର ହିସାବ ଦେଇପାରିନଥିଲେ ରଜନୀକାନ୍ତ । ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଛି । 
 

Related News
satta king tw