Top Stories

Search here...

News

ନବଗଠିତ ଧାମନଗର ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍; ୧୧ ଟି ୱାର୍ଡରୁ ୯ଟିରେ ବିଜୟୀ

Posted On - 7 hours ago
Edited By Jyotirmayee Patanaik
LAST UPDATED Apr 07, 2022 03:59 AM

ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନଏସିର ୬ଟି ବୁଥରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଯେଉଁଥିପାଇଁ ଅନ୍ୟ ସମସ୍ତ ୱାର୍ଡ ତଥା ଏଏନସି ଅଧ୍ୟକ୍ଷ ପଦ ପାଇଁ ହେବାକୁଥିବା ଭୋଟ୍ ଗଣତି ବନ୍ଦ କରାଯାଇଥିଲା ।

 

BBSR Reporters


ଭଦ୍ରକ: ନବଗଠିତ ଧାମନଗର ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍ । ମୋଟ ୧୧ ୱାର୍ଡ ମଧ୍ୟରୁ ବିଜେଡି ୯ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି ହାତକୁ ଯାଇଛି ମାତ୍ର ୨ଟି ୱାର୍ଡ । ଏଥିସହ ବିଜେଡି ନୂଆ ଏନଏସିକୁ ଦଖଲ କରିବାରେ ସଫଳ ହୋଇଛି ।

 

ବିଜେଡି ପ୍ରାର୍ଥିନୀ ନିବେଦିତା ଜେନା ଧାମନଗର ଏନଏସିର ନୂଆ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କୁ ୧୦୪୬ ଖଣ୍ଡ ଭୋଟରେ ହରାଇଛନ୍ତି । ନିବେଦିତା ୬୦୨୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ପାଇଛନ୍ତି ୪୯୮୦ ଖଣ୍ଡ ଭୋଟ୍ ।

 

ଧାମନଗରରେ ୧୪୪ ଧାରା ଜାରି ହୋଇଥିବାରୁ ବିଜେଡି ବିଜୟ ଉତ୍ସବ ପାଳନ କରିନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ନୂଆ ଅଧ୍ୟକ୍ଷା ନିବେଦିତା । ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନଏସିର ୬ଟି ବୁଥରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଯେଉଁଥିପାଇଁ ଅନ୍ୟ ସମସ୍ତ ୱାର୍ଡ ତଥା ଏଏନସି ଅଧ୍ୟକ୍ଷ ପଦ ପାଇଁ ହେବାକୁଥିବା ଭୋଟ୍ ଗଣତି ବନ୍ଦ କରାଯାଇଥିଲା ।

Related News
satta king tw