Top Stories

Search here...

News

ଆସନ୍ତାକାଲି ଏନଏସି, ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ; ତିନି ମହାନଗର ନିଗମ ପାଇଁ ଅଲଗା ତାରିଖ ଘୋଷଣା

Posted On - 2 days ago
Edited By Jyotirmayee Patanaik
LAST UPDATED Apr 09, 2022 03:09 AM

କାଲି ପୂର୍ବାହ୍ନ ୧୦ଟାରୁ ୧୧ଟା ଭିତରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ୧୧ଟାରୁ ୧୨ ମଧ୍ୟରେ ନାମାଙ୍କନ ପତ୍ର ଯାଂଚ ହେବ । ଏହା ପରେ ଦିନ ଗୋଟାଏ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ଣ ସାଢେ଼ ଗୋଟାଏରୁ ସାଢେ଼ ୩ଟା ଯାଏଁ ମତଦାନ ଚାଲିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ।

 

BBSR Reporters


ଭୁବନେଶ୍ୱର: ୫୮ ଏନଏସି ଓ ୪୭ ପୌର ପରିଷଦ ଉପାଧ୍ୟକ୍ଷ ଓ ତିନି ମହାନଗର ନିଗମର ଡେପୁଟୀ ମେୟର  ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଆସନ୍ତାକାଲି ଏନଏସି ଓ ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ମତଦାନ ହେବ । କାଲି ପୂର୍ବାହ୍ନ ୧୦ଟାରୁ ୧୧ଟା ଭିତରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ୧୧ଟାରୁ ୧୨ ମଧ୍ୟରେ ନାମାଙ୍କନ ପତ୍ର ଯାଂଚ ହେବ । ଏହା ପରେ ଦିନ ଗୋଟାଏ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ଣ ସାଢେ଼ ଗୋଟାଏରୁ ସାଢେ଼ ୩ଟା ଯାଏଁ ମତଦାନ ଚାଲିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ।

 

ସେହିପରି ଏପ୍ରିଲ୍ ୭ ତାରିଖରେ କଟକ ମହାନଗର ନିଗମ, ୮ରେ ବ୍ରହ୍ମପୁର ମହାନଗର ନିଗମ ଏବଂ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ ମେୟର ପଦ ଲାଗି ମତଦାନ ହେବ । ମହାନଗର ନିଗମ ଗୁଡ଼ିକରେ ନିର୍ଦ୍ଧାରିତ ଦିନ ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଂଚ ଓ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ । ମତଦାନ ସରିବା ପରେ ସେହିିଦିନ ଭୋଟ୍ ଗଣତି ଓ ଫଳାଫଳ ଘୋଷଣା କରାଯିବ ।

 

୨ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ଦଳବଦଳ ବିରୋଧ ଆଇନ୍ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ପ୍ରତିନିଧି ଦେଇପାରିବେ । ଏଭଳି କ୍ଷେତ୍ରରେ ଭୋଟ୍ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ୍ ଦେଖାଇ ଭୋଟ ଦେବେ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।

Related News
satta king tw