Top Stories

Search here...

News

ଉପାଧ୍ୟକ୍ଷ ନିର୍ବାଚନ; ୧୦୫ ପୌରପାଳିକାରୁ ୯୧ଟିରେ ବାଜିମାତ; ୭ଟି ରେ ସନ୍ତୁଷ୍ଟ ବିଜେପି, କଂଗ୍ରେସର ୩ଟି 

Posted On - 1 minute ago
Edited By Jyotirmayee Patanaik
LAST UPDATED Apr 08, 2022 08:24 PM

ପାରାଦୀପରେ ୧୯ଟି ୱାର୍ଡରୁ ବାପି ସର୍ଖେଲଙ୍କ ସମର୍ଥନରେ ୮ଟିରେ ଜିତିଥିଲେ ସ୍ୱାଧୀନ ପ୍ରାର୍ଥୀ । ଉପାଧ୍ୟକ୍ଷ ପଦବୀ ପାଇଁ କାହା ପାଖରେ ମ୍ୟାଜିକ ନମ୍ବର ନଥିଲେ ମଧ୍ୟ ବିଜେଡିର କ୍ରସ ଭୋଟିଂ ଯୋଗୁଁ ବାପି ସର୍ଖେଲଙ୍କ ସମର୍ଥିତ ଗୋଷ୍ଠୀର ଛବିଲତା ରାଉତ ବିଜୟୀ ହୋଇଥିବା କୁହାଯାଉଛି । 

 

BBSR Reporters


ଭୁବନେଶ୍ୱର: ୧୦୫ ପୌରପାଳିକାରୁ ୯୧ଟିରେ ବାଜିମାତ କରିଛି ବିଜେଡି । ଏସବୁ ସହରରେ ବିଜୁ ଜନତା ଦଳ ଉପାଧ୍ୟକ୍ଷ ପଦବୀ ହାତେଇଛି । ୭ଟି ପୌରପାଳିକାରେ ବିଜେପି ପ୍ରାର୍ଥୀ ଉପାଧ୍ୟକ୍ଷ ହୋଇଥିବା ବେଳେ ୩ଟିରେ କଂଗ୍ରେସ ଉପାଧ୍ୟକ୍ଷ ପ୍ରାର୍ଥୀ ବାଜିମାତ କରିଛନ୍ତି । ୧୦୫ ପୌର ପରିଷଦ ଓ ଏନଏସି ମଧ୍ୟରୁ ୮୮ଟିରେ ବିଜେଡି ପାଖରେ ଉପାଧ୍ୟକ୍ଷ ପଦ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଥିଲା । ଏହାବାଦ ଯୋଡା, ଉଦଳା ଓ ବାସୁଦେବପୁରରେ ମଧ୍ୟ ବିଜେଡି ଜିତିଛି । ଏଠାରେ ସ୍ୱାଧୀନ କାଉନସିଲଙ୍କ ସମର୍ଥରେ ବିଜେଡି ଉପାଧ୍ୟକ୍ଷ ପଦ ହାତେଇଛି ।

 

ବାସୁଦେବପୁରରେ ୨୩ କାଉନସିଲରଙ୍କ ଭିତରୁ ବିଜେପିର ୪ଜଣ ଅନୁପସ୍ଥିତ ରହିଥିଲେ । ୫ଟି ସହର ଅନୁଗୁଳ, ସୋର, ଦେବଗଡ, କୋଦଳା, ରମ୍ଭାରେ ବିଜେପି ପାଖରେ ମ୍ୟାଜିକ ନମ୍ବର ରହିଥିଲା । ତେଣୁ ଏହି ୫ ସହର ବାଦ ଜଗତସିଂହପୁର ଓ ରେଢାଖୋଲରେ ମଧ୍ୟ ଉପାଧ୍ୟକ୍ଷ ପଦ ବିଜେପି ଖାତାକୁ ଯାଇଛି । ଜଗତସିଂହପୁରରେ କାହା ପାଖରେ ମ୍ୟାଜିକ ନମ୍ବର ନଥିଲେ ମଧ୍ୟ ୭ଜଣ କଂଗ୍ରେସ ଓ ୨ ସ୍ୱାଧୀନ କାଉନସିଲର ବିଜେପିକୁ ଭୋଟ ଦେଇଥିଲେ ।

 

ରେଢାଖୋଲରେ ମଧ୍ୟ କଂଗ୍ରେସ କାଉନସିଲରଙ୍କ ସମର୍ଥନରେ ଉପାଧ୍ୟକ୍ଷ ପଦ ହାତେଇ ନେଇଛି ବିଜେପି । ପାରାଦୀପରେ ୧୯ଟି ୱାର୍ଡରୁ ବାପି ସର୍ଖେଲଙ୍କ ସମର୍ଥନରେ ୮ଟିରେ ଜିତିଥିଲେ ସ୍ୱାଧୀନ ପ୍ରାର୍ଥୀ । ଉପାଧ୍ୟକ୍ଷ ପଦବୀ ପାଇଁ କାହା ପାଖରେ ମ୍ୟାଜିକ ନମ୍ବର ନଥିଲେ ମଧ୍ୟ ବିଜେଡିର କ୍ରସ ଭୋଟିଂ ଯୋଗୁଁ ବାପି ସର୍ଖେଲଙ୍କ ସମର୍ଥିତ ଗୋଷ୍ଠୀର ଛବିଲତା ରାଉତ ବିଜୟୀ ହୋଇଥିବା କୁହାଯାଉଛି । କେବଳ ଧାମନଗରରେ ନିର୍ବାଚନ ବିଳମ୍ବରେ ହୋଥିବାରୁ ଏଠାରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇନାହିଁ ।

Related News
satta king tw