Top Stories

Search here...

News

ମନ୍ତ୍ରୀଙ୍କ ଗିରଫ ଦାବିରେ ଆଜି ବିଜେପିର ବଲାଙ୍ଗିର ବନ୍ଦ 

Posted On - 1 minute ago
Edited By Prabir Kumar
LAST UPDATED Oct 21, 2021 10:19 AM

ଆଜି ସକାଳୁ ବନ୍ଦର ପ୍ରଭାବ ବଲାଙ୍ଗିରରେ ଦେଖିବାକୁ ମିଳିଛି, ସହରରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ ବନ୍ଦ ରହିଛି  ।

 

 

BBSR Reporters

 

 


ବଲାଙ୍ଗିର : କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଚାରିଆଡେ ବିକ୍ଷୋଭ ପଦର୍ଶନ କରାଯାଉଛି । ଏହି କ୍ରମରେ ଆଜି ବିଜେପି ପକ୍ଷରୁ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି  । ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହା ପ୍ରଭାବରେ ସହରରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ ବନ୍ଦ ରହିଛି  ।

 

 

ମମିତା ମେହେର ହତ୍ୟାକାଣ୍ଡରେ ଗିରଫ ମୋଷ୍ଟ ୱାଣ୍ଟେଡ ଅପରାଧୀ ଗୋବିନ୍ଦ ସାହୁ ଗିରଫ ହୋଇଥିଲେ ମଧ୍ୟ ତାଙ୍କ ସହ ଘନିଷ୍ଠ ଥିଲେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର  । ତେଣୁ ମନ୍ତ୍ରୀଙ୍କୁ ଗିରଫ କରିବା ସହିତ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରୁଛି ବିଜେପି  ।

 


ସୂଚନାଯୋଗ୍ୟ, ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଅଧିକ ଖୋଳତାଡ଼ ଚଳାଇଛି ପୁଲିସ୍  । ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଛାନଭିନ୍ ଚଳାଇଛି ପୁଲିସ  । ଜବତ ହୋଇଥିବା ଅଭିଯୁକ୍ତ ଗୋବିନ୍ଦଙ୍କ କାର୍ ଓ ପାରିପାର୍ଶ୍ୱିକ ସ୍ଥିତିର ବି ଅନୁଧ୍ୟାନ ଚାଲିଛି  । ଅଧିକ ପ୍ରମାଣ ହାସଲ ପାଇଁ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ସାମଗ୍ରୀକୁ ଫୋରେନ୍ସିକ୍ ଲ୍ୟାବ୍କୁ ଟେଷ୍ଟ ପାଇଁ ପଠାଇବାକୁ ଯୋଜନା ରହିଛି  ।

 

 

ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡ ପାଇଁ ବଙ୍ଗୋମୁଣ୍ଡା କୋର୍ଟ ଅନୁମତି ଦେଇଛନ୍ତି  । ରିମାଣ୍ଡ ଅବଧି ଭିତରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବିଭିନ୍ନ ଦିଗରୁ ପଚରାଉଚରା କରିବ ପୁଲିସ୍  । ଶୀଘ୍ର ଚାର୍ଜସିଟ୍ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ବୋଲି ଊଓଏ କହିଛନ୍ତି  । ଗୋବିନ୍ଦର ପରକୀୟା ପ୍ରୀତି ବିଷୟରେ ଜାଣିବା ଏବଂ ଏହାକୁ ପ୍ରଘଟ କରିଦେବାର ଧମକ ଦେଇଥିବାରୁ ମମିତାଙ୍କୁ ଯୋଜନା ବଦ୍ଧ ଭାବେ ଗୋବିନ୍ଦ ହତ୍ୟା କରିଥିବା ଗତକାଲି ଉତ୍ତରାଞ୍ଚଳ ଡିଆଇଜି ସୂଚନା ଦେଇଥିଲେ  । ତେବେ ଗୋବିନ୍ଦର କାହା ସହ ଥିଲା ପରକୀୟା ପ୍ରୀତି ସେ ନେଇ ଏବେ ପ୍ରଶ୍ନ ଉଠିଛି  ।

 

 

ସୂଚନାଯୋଗ୍ୟ, ମହାଲିଙ୍ଗ କଲେଜ ଅଧ୍ୟକ୍ଷଙ୍କ ସହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ନିବିଡ଼ ସଂପର୍କ ଥିବା ଅଭିଯୋଗ ଅଣି ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବିଜେପି  । ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କ ଗୁଣଗାନ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁଙ୍କ କହିବାନୁଯାୟୀ, ମନ୍ତ୍ରୀ ରିତିମତ କଲେଜକୁ ଆସୁଥିଲେ, ଭଲମନ୍ଦ ବୁଝୁଥିଲେ, ପିଲାଙ୍କୁ ଉତ୍ସାହିତ କରୁଥିଲେ  ।

Related News
satta king tw