Top Stories

Search here...

News

ମୟୁରଭଞ୍ଜ  ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ରୁ ବିମାନ ଉଡ଼ାଣ ପାଇଁ ପ୍ରକ୍ରିୟା ଆରମ୍ଭ

Posted On - 2 minutes ago
Edited By Team BbsrReporters
LAST UPDATED Jun 19, 2021 05:27 PM

ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟକୁ ଚିଠିଲେଖି ଜଣାଇଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ସ୍ଥିତ ଅମର୍ଦା ଏୟାରଷ୍ଟ୍ରିପ୍ରୁ ସାଧାରଣ ବିମାନ ସେବା ଆରମ୍ଭ ହେବାନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ଭୁବନେଶ୍ୱରରୁ ଏଠାକୁ ବିମାନ ଚଳାଚଳ ପାଇଁ କେନ୍ଦ୍ର ସରକାର ଉଡ଼ାଣ ୪.୧ରେ ବିଡିଂ ତାଲିକାରେ ଏହି ରୁଟ୍କୁ ସ୍ପେସିଆଲ୍ ରାଉଣ୍ଡରେ ସ୍ଥାନିତ କରିଛନ୍ତି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟକୁ ଚିଠିଲେଖି ଜଣାଇଛନ୍ତି ।

 

ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ସ୍ଥିତ ରାଜ୍ୟର ସବୁଠୁ ବଡ଼ ଏୟାରଷ୍ଟ୍ରିପ୍ ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରୁ ବହୁ ଯୁଦ୍ଧ ବିମାନ ଉଡ଼ାଣ ଭରୁଥିଲା । ଏବେ ବି ସୁଦୀର୍ଘ ରନ୍ ୱେ ସେଠାରେ ରହିଛି । ଏଣୁ ଉଡ଼ାଣ ସ୍କିମ୍ ଜରିଆରେ ଭୁବନେଶ୍ୱରରୁ ଏଠାକୁ ବିମାନ ସେବା ଆରମ୍ଭ କରାଯିବା ନେଇ ଚଳିତ ବର୍ଷ ଫେବୃଆରୀ ୨୪ ତାରିଖରେ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କ ନିକଟକୁ ଚିଠି ଲେଖିଥିଲେ ଶ୍ରୀ ଷଡ଼ଙ୍ଗୀ ।

 

ଏବେ ବିଡ୍ ପ୍ରକ୍ରିୟାରେ ପ୍ରସ୍ତାବଟିକୁ ସାମିଲ୍ କରାଯାଇଥିବାରୁ ଶ୍ରୀ ପୁରୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଦେଇଛନ୍ତି ଶ୍ରୀ ଷଡ଼ଙ୍ଗୀ । ତେବେ ଏବେ ସୁଦ୍ଧା କୌଣସି କମ୍ପାନୀ ଏଠାରୁ ବିମାନ ସେବା ଆରମ୍ଭ କରିବା ନେଇ ବିଡ୍ ଦାଖଲ କରିନାହାନ୍ତି । କରୋନା ମହାମାରୀ ପରେ ନିଶ୍ଚୟ ଏ ଦିଗରେ କିଛି ଉନ୍ନତୀ ଘଟିବ ବୋଲି ଶ୍ରୀ ଷଡ଼ଙ୍ଗୀ ଆଶାବ୍ୟକ୍ତ କରିଛନ୍ତି । 
 

Related News
satta king tw