Top Stories

Search here...

News

ଲୋନ ଦେବା ନାମରେ ୩ ଲକ୍ଷ ଠକେଇ, ଦଲାଲ ଗିରଫ 

Posted On - 2 hours ago
Edited By Team BbsrReporters
LAST UPDATED Oct 23, 2021 01:21 PM

ମାଗ୍ମା ଫାଇନାନ୍ସରୁ ଲୋନ କରାଇଦେବାକୁ କହି କିଛି ମହିଳା ଓ ଲୋକଙ୍କଠାରୁ ପ୍ରଥମେ ୧୦ ହଜାର ଦେଲେ ୫୦ ହଜାର ଟଙ୍କା ଲୋନ କରାଇଦେବାକୁ କହି ଠକି ନେଇଥିଲା ଅଭିଯୁକ୍ତ।

 

 

BBSR Reporters

 

 

ଭୁବନେଶ୍ୱର : ଫାଇନାନ୍ସ କମ୍ପାନୀରୁ ଲୋନ କରାଇଦେବାକୁ କହିଲୋକଙ୍କଠାରୁ ୩ ଲକ୍ଷ ଟଙ୍କା ଠକେଇ । ଠକେଇ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଠକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଲା, ଗଞ୍ଜାମ ଜିଲ୍ଲାର ମନୋଜକୁମାର ପାତ୍ର । ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।

 

 

ସୂଚନା ଥାଉକି, ଖଣ୍ଡଗିରି ଥାନା ଅଧିନ ରୁଚିକା ଅଞ୍ଚଳରେ ଥିବା ମାଗ୍ମା ଫାଇନାନ୍ସରୁ ଲୋନ କରାଇଦେବାକୁ କହି କିଛି ମହିଳା ଓ ଲୋକଙ୍କଠାରୁ ପ୍ରଥମେ ୧୦ ହଜାର ଦେଲେ ୫୦ ହଜାର ଟଙ୍କା
ଲୋନ କରାଇଦେବାକୁ କହି ୩ ଲକ୍ଷ ଟଙ୍କା ଠକେଇ କରିଥିଲା ମନୋଜ ନାମକ ଠକ । ଏନେଇ ଗୁରୁବାରଭଦିନ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି
ତଦନ୍ତ ଚଳାଇ ଅଭିଯୋଗର ୮ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଠାରୁ ୩ଟି କମ୍ପ୍ୟୁଟର, ମନିଟର ଜବତ କରାଯାଇଛି ।

Related News
satta king tw