Top Stories

Search here...

News

ତିନି ରଥରେ ଛେରା ପହଁରା କଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା 

Posted On - 9 hours ago
Edited By Team BbsrReporters
LAST UPDATED Jul 12, 2021 08:41 PM

ଏହି ନୀତି ସମ୍ପାଦନ ପରେ ରଥରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ସହ ରଥ ଟଣା ଆରମ୍ଭ ହେବ । 

 

BBSR Reporters


ପୁରୀ: ଧାଡ଼ି ପହଣ୍ଡି ପରେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ମଝିରେ ଆସିଥିଲେ ଭଉଣୀ ସୁଭଦ୍ରା ।  ସବୁଠାରୁ ଶେଷରେ ଟାହିଆକୁ ଆସିଥିଲେ  କାଳିଆ ସାଆନ୍ତ। ଏହା ପରେ ରଥ ଉପରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଛେରା ପହଁରା ନୀତି । 


ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କରିଛନ୍ତି । ଆଜି  ମହାରାଜା ଶ୍ରୀନଅରରୁ ତାମଯାନରେ ଆସି ବଡ଼ଦାଣ୍ଡରେ ରଥ ନିକଟରେ ପହଞ୍ଚିଥିଲେ । ରାଜାବେଶରେ ତିନି ରଥରେ ଛେରା ପହଁରା କରିଥିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ।

 


ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରିଥିଲେ । ପରେ ସୁବର୍ଣ୍ଣ ସମାର୍ଜନୀରେ ଛେରା ପହଁରା କରିଥିଲେ ଗଜପତି ମହାରାଜ ।  ତାମଜାନରେ ବସି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥରେ ଛେରା ପହଁରା କରାଯାଇଛି । 

 

ଏହି ନୀତି ସମ୍ପାଦନ ପରେ ରଥରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ। ପରେ ରଥ ଟଣା ଆରମ୍ଭ ହେବ । ଏପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମ ସମୟ ଅନୁସାରେ ଚାଲିଛି । ରଥଯାତ୍ରାକୁ ନେଇ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଜିଲ୍ଲାପାଳ, ଏସ୍ପି ଓ ଉପ ଜିଲ୍ଲାପାଳ ତିନିଟି ରଥର ପରିଚାଳନା ଦାୟିତ୍ୱ ନେଇଛନ୍ତି ।

Related News
satta king tw