Top Stories

Search here...

News

ବଡ଼ଦାଣ୍ତରେ ଆରମ୍ଭ ହେଲା ରଥ ଟଣା; ୩ ଘଣ୍ଟା ପୂର୍ବରୁ ଗଡ଼ିଲା ତାଳଧ୍ୱଜ ରଥ

Posted On - 2 minutes ago
Edited By Team BbsrReporters
LAST UPDATED Jul 12, 2021 01:09 PM

ରତ୍ନ ସିଂହାସନ ଛାଡ଼ି ଭାଇ ଭଉଣୀଙ୍କ ସହ ଆଜି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି କାଳିଆ ସାଆନ୍ତ ।


BBSR Reporters


ପୁରୀ : ପୁରୀ ରଥଯାତ୍ରାର ମୁଖ୍ୟ ଆକର୍ଷଣ ରଥ ଟଣା ଆରମ୍ଭ ହୋଇଛି । ଲଗାତାର ଦ୍ୱିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ବଡ଼ଦାଣ୍ଡରେ ରଥ ଗଡ଼ିଛି । କରୋନା ସଂକ୍ରମଣ ଯୋଗୁ ଭକ୍ତଙ୍କୁ ରଥ ଟାଣିବାକୁ ବାରଣ କରାଯାଇଥିବା ବେଳେ  କେବଳ ସେବାୟତମାନେ ରଥ  ଟାଣୁଛନ୍ତି। 

 

ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଟଣା ଆରମ୍ଭ ହୋଇଛି ।   ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ରଥ ଟଣା ଆରମ୍ଭ ହୋଇଛି ।  ରଥ ଗଡ଼ିବା ପୂର୍ବରୁ ପ୍ରଥମେ ସ୍ୱାମୀ ନିଶ୍ଚଳାନନ୍ଦ ନିଜ ଅନୁଗାମୀଙ୍କ ସହ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଗଜପତି ମହାରାଜା ପହଞ୍ଚି ୩ ରଥରେ ଛେରା ପହଁରା କରିଥିଲେ। ଏହାପରେ ୩ ରଥରେ ସାରଥୀ ଓ ଘୋଡ଼ାଯଚା କାମ ସମ୍ପନ କରାଯାଇ  ରଥ ଟଣା ଆରମ୍ଭ ହୋଇଛି ।

 

ରତ୍ନ ସିଂହାସନ ଛାଡ଼ି ଭାଇ ଭଉଣୀଙ୍କ ସହ ଆଜି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି କାଳିଆ ସାଆନ୍ତ । ଆଜି ସବୁ ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ରଥ ଟଣା ହୋଇଛି । ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Related News
satta king tw