Top Stories

Search here...

News

ମମିତାଙ୍କୁ ନ୍ୟାୟ’ ପାଇଁ ଭୂବନେଶ୍ୱରରେ ବୁଦ୍ଧିଜୀବି ସମ୍ମିଳନୀ

Posted On - 7 minutes ago
Edited By Team BbsrReporters
LAST UPDATED Nov 11, 2021 03:44 PM

ଅଲୋଚନାଚକ୍ରରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ବରିଷ୍ଠ ନେତା ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବି ତଥା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଯୋଗଦେବେ । 

 

 

BBSR Reporters

 

 

ଭୁବନେଶ୍ୱର:  ବିଜେଡି ଶାସନରେ, ମହିଳା ବିପଦରେ । ରାଜ୍ୟରେ ମହିଳା ହିଂସା, ନିର୍ଯ୍ୟାତନା, ବଳାତ୍କାର, ହତ୍ୟା ଭଳି ବିଭତ୍ସ ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବାବେଳେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ ବୋଲି ଏନସିଆରବି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ହୋଇଛି ।

 

 

ମହିଳା ନିର୍ଯ୍ୟାତନାରେ ଓଡିଶା ରାଜ୍ୟ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ପଛରେ ସମସ୍ତ ଶ୍ରେୟ ଶାସକ ବିଜେଡିର । ଗୋଟିଏ ପଟେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ପ୍ରତ୍ୟକ୍ଷ ଭାବେ ଏହି ସବୁ ଘଟଣାରେ ସଂପୃକ୍ତ ରହୁଥିବାବେଳେ ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ଯେ କୈାଣସି ସ୍ତରକୁ ଓହ୍ଲାଇ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଛନ୍ତି ।

 

 

ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ କାରଣରୁ ଅପରାଧରେ ସଂପୃକ୍ତ ଶାସକ ଦଳର ନେତାମାନେ ଜଘନ୍ୟ ଅପାରାଧ ଭିଆଇ ମଧ୍ୟ ଦୋଷମୁକ୍ତ ହୋଇ ନିର୍ଭୟରେ ବୁଲୁଛନ୍ତି ଏବଂ ଭବିଷ୍ୟତରେ ଅପରାଧ ଭିଆଇବାକୁ ପୁନଃ ସାହସ କରୁଛନ୍ତି । ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ । ମମିତା ହତ୍ୟାକାଣ୍ଡ ଘଟିବାର ମାସେ ଭିତରେ ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରିବାର ସୁଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ମଂଚରେ ବସିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି ।

 

 

ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଛି । ଶାସକ ଦଳ ତରଫରୁ ବିଭ୍ରାନ୍ତିକର ବୟାନବାଜି କରି ଜନତାଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ରାଜ୍ୟରେ ଉଦ୍‌ବେଗଜନକ ଭାବେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ଦାୟୀତ୍ୱବାନ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟୀ କ୍ରମାଗତ ଭାବେ ଏହା ବିରୁଦ୍ଧରେ ଆନ୍ଦୋଳନ ଅବ୍ୟାହତ ରଖିଛି ।

 

 

ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ରାଜ୍ୟ ବିଜେପି ତରଫରୁ ବୁଦ୍ଧିଜୀବି ସମ୍ମିଳନୀ ଅନୁଷ୍ଠିତ ହେବ । ‘ମମିତାଙ୍କୁ ନ୍ୟାୟ’ ପ୍ରସଙ୍ଗ ଅଲୋଚନାଚକ୍ରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ବରିଷ୍ଠ ନେତା ଶ୍ରୀ ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବି ତଥା ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଯୋଗଦେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

Related News
satta king tw