Top Stories

Search here...

News

ଜିଲ୍ଲା କୋଷାଗାରକୁ ଯିବ ଶ୍ରୀମନ୍ଦିରର ୫ କ୍ୱିଣ୍ଟାଲ ରୁପା 

Posted On - 2 weeks ago
Edited By Team BbsrReporters
LAST UPDATED Oct 21, 2021 06:20 PM

ପ୍ରାୟ ଏଗାରଟି ବାକ୍ସରେ ୫ କ୍ୱିଣ୍ଟାଲ ରୁପା ଥିବା ବେଳେ ଏହାକୁ ସୁରକ୍ଷିତ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ।

 

BBSR Reporters

 

ପୁରୀ: ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା  ୫ କ୍ୱିଣ୍ଟାଲ ରୁପାକୁ ଆସନ୍ତାକାଲି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯିବ  । କୋଷାଗାରରେ ଥିବା ରୁପାକୁ ସୁରକ୍ଷିତ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି  । ଏନେଇ ଜିଲ୍ଲାପାଳଙ୍କୁ ଅନୁମତି ମିଳିଛି । ଆସନ୍ତା ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ୱାରର ରୂପାଛାଉଣି କରାଯିବ  । ପ୍ରାୟ ଏଗାରଟି ବାକ୍ସରେ ୫ କ୍ୱିଣ୍ଟାଲ ରୁପା ଥିବା ବେଳେ ଏହାକୁ ସୁରକ୍ଷିତ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ।


ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି, ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରେ ଥିବା ରୁପାକୁ ଜିଲ୍ଲା ଟ୍ରେଜେରି ଷ୍ଟ୍ରଙ୍ଗ ରୁମ୍କୁ ସ୍ଥାନାନ୍ତର କରାଯିବ  । ଚଳିତ ସପ୍ତାହରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରାଯିବ । ୨୦୨୨ ରଥ ଯାତ୍ରା ପର୍ଯ୍ୟନ୍ତ ତାହା ସେଠାରେ ରଖାଯିବ । ରଥଯାତ୍ରା ସମୟରେ ବାହାର କରାଯାଇ କଳାହାଟ ଦ୍ୱାର ରୁପା ଛାଉଣି  ।

 

ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି  । ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପାଛାଉଣି ସରିଯାଇଛି  । କେବଳ କଳାହାଟ ଦ୍ୱାର ରୁପା ଛାଉଣି ହେବା ବାକି ରହିଛି  । 

Related News
satta king tw