Top Stories

Search here...

News

କମିସନରେଟ ପୁଲିସ ପକ୍ଷରୁ ୬୨ତମ ପୁଲିସ ସହିଦ ଦିବସ ପାଳିତ

Posted On - 2 minutes ago
Edited By Prabir Kumar
LAST UPDATED Oct 21, 2021 11:02 AM

ସମାଜ ତଥା ଦେଶ ଗଠନ ପାଇଁ ପୁଲିସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ: ପୁଲିସ କମିସନର

 

 

BBSR Reporters

 


ଭୁବନେଶ୍ୱର: କମିସନରେଟ ପୁଲିସ ପକ୍ଷରୁ ୬୨ତମ ପୁଲିସ ସହିଦ ଦିବସ ପାଳିତ ହୋଇଛି । ଭୁବନେଶ୍ୱର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଆୟୋଜିତ ଏହି ଉତ୍ସବରେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗନେଇ ସମାଜ ତଥା ଦେଶ ଗଠନ ପାଇଁ ପୁଲିସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପୁଲିସ କମିସନର କହିଛନ୍ତି । 

 

 

 

କମିଶନର କହିଛନ୍ତି, ଦେଶରେ ଚଳିତ ବର୍ଷ ୩୭୭ ଜଣ ପୁଲିସ ଅଧିକାରୀ ସହିଦ ହୋଇଥିବା ବେଳେ କରୋନା କାଳରେ ମଧ୍ୟ ୨୨ ଜଣ ପୁଲିସ ସହିଦ ହୋଇଛନ୍ତି । ରାଜ୍ୟ ତଥା ଦେଶର ସୁରକ୍ଷା ପାଇଁ ପୁଲିସ କର୍ମଚାରୀ ସର୍ବଦା ନିଜ ଜୀବନକୁ ବାଜି ଲଗାଇଥାନ୍ତି । ନିଜର କର୍ତ୍ତବ୍ୟ ନିଷ୍ଠା ଓ ପରାକାଷ୍ଠା ଦେଖାଇ ଅନେକ ପୁଲିସ କର୍ମଚାରୀ ଆତ୍ମବଳି ଦେଇଛନ୍ତି ।

 

 


ଏହି ଅବସରରେ ପୁଲିସ କମିସନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ପୁଲିସ କର୍ମଚାରୀ ଏବଂ ସେମାନଙ୍କ ବଳିଦାନ ସମ୍ପର୍କରେ ଦେଇଥିବା ବାର୍ତ୍ତା ପାଠ କରିଥିଲେ । କମିଶନରେଟ ପୋଲିସ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Related News
satta king tw