Top Stories

Search here...

News

ସ୍ମାର୍ଟ ସିଟି ପକ୍ଷରୁ ଓଲ୍ଡ୍ ଟାଉନରେ ସ୍ୱତନ୍ତ୍ର ହେରିଟେଜ୍ ପଦଯାତ୍ରା

Posted On - 2 weeks ago
Edited By Team BbsrReporters
LAST UPDATED Oct 22, 2021 01:30 AM

ପଦଯାତ୍ରୀମାନେ ସପ୍ତମ ଶତାବ୍ଦୀର ପର୍ଶୁରାମଶ୍ୱର, ବିନ୍ଦୁସାଗର ପୋଖରୀ, ଅନନ୍ତ ଭାସୁଦେବ, ପୁରାତନ ଧର୍ମଶାାଳା, ଗୌରୀଶଙ୍କର, ଲିଙ୍ଗରାଜ ମନ୍ଦିର ପରିଭ୍ରମଣ କରିଥିଲେ ।

 

BBSR Reporters


ଭୁବନେଶ୍ୱର: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ) ଆଜି ଓଲ୍ଡ ଟାଉନ ଅଞ୍ଚଳରେ ଏକ ସ୍ୱତନ୍ତ୍ର ହେରିଟେଜ୍ ପଦଯାତ୍ରା ଆୟୋଜନ କରାଯାଇଥିଲା ।  ସମସ୍ତ କୋଭିଡ ନିୟମ ପାଳନ କରି ଏହି ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରାରେ ବିଭିନ୍ନ ବର୍ଗର ୭୫ ଜଣ ପଦଯାତ୍ରୀ ଅଂଶଗ୍ରହଣ କରିଥିଲେ । ଦଶମ ଶତାବ୍ଦୀର ମୁକେଶ୍ୱର ମନ୍ଦିରରୁ ପଦଯାତ୍ରା ସକାଳ ୭.୦୫ ରୁ ଆରମ୍ଭ ହୋଇଥିଲା ।

 

ପଦଯାତ୍ରୀମାନେ ସପ୍ତମ ଶତାବ୍ଦୀର ପର୍ଶୁରାମଶ୍ୱର, ବିନ୍ଦୁସାଗର ପୋଖରୀ, ଅନନ୍ତ ଭାସୁଦେବ, ପୁରାତନ ଧର୍ମଶାାଳା, ଗୌରୀଶଙ୍କର, ଲିଙ୍ଗରାଜ ମନ୍ଦିର ପରିଭ୍ରମଣ କରିଥିଲେ । ସାଙ୍ଗରେ ଥିବା ଟୁରିଷ୍ଟ ଗାଇଡ୍ ପଦଯାତ୍ରୀମାନଙ୍କୁ ଐତିହ୍ୟ ଗୁଡିକ ବିଷୟରେ ବୁଝାଇ କହିଥିଲେ । ଏହି ପଦଯାତ୍ରା ସାମାଜିକ ଅନୁଷ୍ଠାନ ସାଧନା ଓ ୟୁଆରି କନଷ୍ଟ୍ରକସନ ସହ ମିଶି ଆୟୋଜନ କରିଥିଲା ବିଏମସି ।

 

ତିନି ଦିନିଆ ଆଜାଦୀ କା ଅମୃତ ଉସôବ କାର୍ଯ୍ୟକ୍ରମରେ ଗତକାଲି ମହିଳାମାନଙ୍କର ଏକ ସାଇକେଲ ରାଲି ଶିଶୁ ଭବନ ନିକଟରେ ଅନୁଷ୍ଠିତ ହୋଇଥିଲା । ସେହିପରି ପ୍ରଥମ ଦିନ ସ୍ମାର୍ଟ ସିଟି କଲ ସେଣ୍ଟର ବୁଲି ଦେଖିଥିଲେ ଛାତ୍ରଛାତ୍ରୀ ଓ ବୟସ୍କ ବ୍ୟକ୍ତିି ।
 

Related News
satta king tw