Top Stories

Search here...

News

ସାମ୍ନାକୁ ଆସିଲା ବ୍ଲାକ୍‌ ଟାଇଗର ଗ୍ରୁପ୍‌ ସଦସ୍ୟାଙ୍କ ଭୟଙ୍କର ଫଟୋ

Posted On - 1 minute ago
Edited By Team BbsrReporters
LAST UPDATED Nov 12, 2021 12:58 PM

ଶୁଣିବାକୁ ମିଳୁଛି, କିଛି ଦିନ ତଳେ ଏମାନେ ଜଣକ ଘରେ ପଶି ଲୁଟ୍‌ପାଟ କରିଥିଲେ।

 

 

BBSR Reporters

 

 

ବଲାଙ୍ଗିର: ମାତିଛନ୍ତି ବ୍ଲାକ୍‌ ଟାଇଗର ଗ୍ରୁପ୍‌, ଫଟୋ ହେଲା ଭାଇରାଲ । ସାମ୍ନାକୁ ଆସିଲା ଫଟୋ ଯେଉଁଥିରେ କିଏ ଖଣ୍ଡା ଧରିଛି ତ ଆଉ କିଏ ବର୍ଚ୍ଛା ପରି ମାରଣାସ୍ତ୍ର ଧରିଛନ୍ତି। ଆଉ ଫିଲ୍ମ ଷ୍ଟାଇଲ୍‌ରେ ପୋଜ ଦେଇ ଫଟୋ ଉଠାଇଛନ୍ତି। ଯାହା ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି।  ରାଜଧାନୀ ଭୁବନେଶ୍ୱରର କେବିଏନ୍‌ ଗ୍ରୁପ୍‌ ପରି ଏମାନେ ବଲାଙ୍ଗିର ସହରବାସୀଙ୍କୁ ଭୟଭୀତ କରାଉଥିବା ଅଭିଯୋଗ ହେଉଛି। ଶୁଣିବାକୁ ମିଳୁଛି, କିଛି ଦିନ ତଳେ ଏମାନେ ଜଣକ ଘରେ ପଶି ଲୁଟ୍‌ପାଟ କରିଥିଲେ।

 

 

ଏବେ ଟାଇଗର ଗ୍ରୁପ୍‌ର ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହେବା ପରେ ସହରବାସୀ ଭୟଭୀତ ହୋଇପଡ଼ିଛନ୍ତି। ଯୁବକମାନେ ଫଟୋରେ ନିଜକୁ ବ୍ଲାକ୍‌ ଟାଇଗର ଗ୍ୟାଙ୍ଗ ଭାବରେ ଚିହ୍ନଟ କରି ଅସ୍ତ୍ରଶସ୍ତ୍ର ଧରି ଫଟୋପୋଜ ଦେଉଛନ୍ତି। ଆଖିରେ ଷ୍ଟାଇଲିସ୍‌ ଚଷମା, ପାଟିରେ ସିଗାରେଟ ଓ ହାତରେ ମାରଣାସ୍ତ୍ର ଧରି ପୂରା ଫିଲ୍ମ ଷ୍ଟାଇଲରେ ଫଟୋ ପୋଜ ଦେଉଛନ୍ତି ବ୍ଲାକ ଟାଇଗର ଗ୍ୟାଙ୍ଗ। କିଛି ଦିନ ତଳେ ବଲାଙ୍ଗିର ସହରରେ ହୋଇଥିବା ଗ୍ୟାଙ୍ଗୱାର ସହିତ ଏମାନଙ୍କ ସଂପୃକ୍ତି ଅଛି ନା ନାହିଁ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସେମାନେ ପେଶାଗତ ଅପରାଧୀ କି ନୁହେଁ, ତାହା ମଧ୍ୟ ଜଣାପଡିନାହିଁ।

 

 

ଗ୍ୟାଙ୍ଗୱାର ହେବା ଭୟରେ କେହି କାହା ନାଁରେ ଅଭିଯୋଗ ଦାଖଲ କରୁନଥିବାରୁ ହାତବାନ୍ଧି ବସିଛି ପୁଲିସ। ପୁଲିସ ବିଭାଗ ନିଜ ତରଫରୁ ମାମଲା ରୁଜୁ କରି ଏଭଳି ଗୁଣ୍ଡା ଶ୍ରେଣୀର ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନକଲେ, ଆଗକୁ ଏମାନେ ବଡ଼ ବଡ଼ କ୍ରାଇମ୍‌ କରି ପୁଲିସ ଓ ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଳଟି ପାରନ୍ତି ବୋଲି ଆଲୋଚନା ହେଉଛି।

 

 

କିଛି ଦିନ ତଳେ ଗୋପବନ୍ଧୁନଗର ପଡାରେ ଶିବ ପ୍ରସାଦ ବେହେରାଙ୍କ ଘରେ ଆତଙ୍କ ସୃଷ୍ଟି କରିଥିଲେ କେତେକ ଦୁର୍ବୃତ୍ତ। ବିଳମ୍ୱିତ ରାତିରେ ୨୫ ରୁ ୩୦ ଜଣ ଯୁବକ ମାରଣାସ୍ତ୍ର ଧରି ଘରେ ପଶି ପୁଅ ବଦଳରେ ବାପାଙ୍କୁ ଉଠାଇ ନେଇଥିଲେ। ଏଥିରେ ବ୍ଲାକ୍‌ ଟାଇଗର ଗ୍ରୁପ୍‌ର ହାତ ଥିବା ଆଲୋଚନା ହେଉଥିଲା। ଏହି ଘଟଣା ପରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

Related News
satta king tw