Top Stories

Search here...

News

ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ  ପରେ କାହିଁକି ସରକାର ମମିତା  ମାମଲାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଉନାହାଁନ୍ତି : କଂଗ୍ରେସ

Posted On - 6 minutes ago
Edited By Team BbsrReporters
LAST UPDATED Nov 12, 2021 11:59 AM

ଆୟୋଗ ପିଟିସନର ଶୁଣାଣୀ କରି ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାର ତୁରନ୍ତ କ୍ରାଇମବାଂଚ ତଦନ୍ତ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ।
 

 

 

BBSR Reporters

 

 

ଭୁବନେଶ୍ୱର:  ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରଦେଶ କଂଗ୍ରେସ ଆଜି ଆଉ ଏକ ସନ୍‌ସନି ଖୁଲାସା କରିଛି । ରାଜ୍ୟ ଗୃହ ବିଭାଗ, ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶକୁ ମଧ୍ୟ ଖୁଲମ୍‌ଖୋଲା ବେଖାତିର କରୁଛି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି । 

 

 

ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମିଡ଼ିଆ କନ୍‌ଭେନର ସତ୍ୟ ପ୍ରକାଶ ନାୟକ ମାନବାଧିକାର ଆୟୋଗକଙ୍କ ଅର୍ଡ଼ର କପିକୁ ଆଧାର କରି ରାଜ୍ୟ ଗୃହମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଗତ ୨୩ ଅକ୍ଟୋବର ୨୦୨୧ ରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଭଜମନ ବିଶ୍ୱାଳ ନାମକ ଜୈନିକ ମାନବାଧିକାର କର୍ମୀ ଏକ ୟାଚିକା ଡାଏର କରିଥିଲେ । ଗତ ୨୭ ତାରିଖ ଦିନ ମାନ୍ୟବର ମାନବାଧିକାର ଆୟୋଗ ଏହାକୁ ଗ୍ରହଣ କରିବା ସହ ଏହାର ଶୁଣାଣୀ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ।

 

 

ପିଟିସନର ଶୁଣାଣୀ କରି ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାର ତୁରନ୍ତ କ୍ରାଇମବାଂଚ ତଦନ୍ତ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର କ୍ଷୋଭର ବିଷୟ ୧୫ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏଯାଏଁ ଏ ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଂଚକୁ ହସ୍ତାନ୍ତର କରିନାହାଁନ୍ତି  ବୋଲି କହିଛନ୍ତି ସତ୍ୟ ପ୍ରକାଶ ନାୟକ । ତାଛଡ଼ା ଉଭୟ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ପୋଲିସ୍ ବିରୁଦ୍ଧରେ ଅଭିଯୋଗ ଥିବା ସତ୍ୱେ କାହିଁକି ମମିତାଙ୍କ ତଦନ୍ତ ପୂର୍ବରୁ ଉକ୍ତ ଜିଲ୍ଲାର ଏସପିଙ୍କୁ ବଦଳି କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସତ୍ୟପ୍ରକାଶ ନାୟକ । 

 


ମମିତା ମେହେର ମାମଲାରେ କଂଗ୍ରେସ ବିରୋଧି ରାଜନୀତି କରୁଛି ବୋଲି ବିଜେଡ଼ିର ଅଭିଯୋଗ ପରେ କଂଗ୍ରେସ କହିଛି ଯେ ରାଜ୍ୟର ସ୍ୱାର୍ଥ, ରାଜ୍ୟର ନାରୀ ଓ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ କଂଗ୍ରେସ ରାଜନୀତି କରିବ । ବାକି ଏ ଘଟଣା ରାଜ୍ୟର ନୀତିକୁ ପ୍ରଭାବିିତ କରୁଛି । ତେଣୁ କଂଗ୍ରେସ ଏହାକୁ ବିରୋଧ କରିବ ମାତ୍ର ବିଜେଡ଼ି ଭଳି କୁଟନୀତି ବା ଖଳନୀତି କଂଗ୍ରେସ କରିବ ନାହିଁ ବୋଲି  ଶ୍ରୀ ନାୟକ କହିଛନ୍ତି । 

 


ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଓ ଗଣାମଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହପ।ତ୍ର ଉପସ୍ଥିତ ଥିଲେ ।

Related News
satta king tw