Top Stories

Search here...

News

ବାଘ ଛାଲ ଜବତ; ଏସଟିଏଫ୍ ଜାଲରେ ଦୁଇ ବନ୍ୟଜନ୍ତୁ ଶିକାରୀ

Posted On - 2 minutes ago
Edited By Prabir Kumar
LAST UPDATED Nov 11, 2021 08:42 PM

ବିଗତ ବର୍ଷରେ ମଧ୍ୟରେ ଏସଟିଏଫ୍ ବନ୍ୟଜନ୍ତଙ୍କୁ ଶିକାର କାରବାର ଉପରେ ଚଢାଉ କରି ୨୦ ଟି ବାଘ ଛାଲ, ୧୦ଟି ହାତୀ ଦାନ୍ତ, ୨ ଟି ହରୀଣ ଛାଲ, ୬ଟଇ ଜୀବନନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିଛି ।

 

BBSR Reporters


ଭୁବନେଶ୍ୱର: ବେଆଇନ ବନ୍ୟଜନ୍ତୁ ଶିକାର ଉପରେ କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ୍) ଚଢାଉ ଜାରି ରହିଛି । ଏହି କ୍ରମରେ ଆଜି ଏସଟିଏଫ୍ ପକ୍ଷରୁ ବୌଦ୍ଧ ଫରେଷ୍ଟ ରେଞ୍ଜ ବୁଉଣଶୁଣୀ  ବି୍ରିଜ ଛକ ନିଟକରେ ଚଢାଉ କରି ଏକ ଚିତା ବାଘ ଛାଲ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ । ଅଭିଯୁକ୍ତ ଦ୍ୱୟ ହେଲେ ବୌଦ୍ଧ ଜିଲ୍ଲାର ଅବନିକାନ୍ତ କାହାନରା ଏବଂ ଶଶିକାନ୍ତ କାହାନରା  । 

 


ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ବୌଦ୍ଧ ବନ ବିଭାଗ ସହାୟତାରେ ଏସଟିଏଫ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା । ବନ୍ୟଜନ୍ତୁ ଶିକାର କରିବା ନେଇ ସେମାନେ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ଏସଟିଏଫ୍ । ପରେ ଅଭିଯୁକ୍ତ ଦ୍ୱୟଙ୍କୁ ବୋଦ୍ଧ ଫରେଷ୍ଟ ଅଫିସରଙ୍କୁ ଜିମା ଦିଆଯାଇଥିଲା । ଏହି ମାମଲାର ଆଉ କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଏସଟିଏଫ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

 


 ସୂଚନାଯୋଗ୍ୟ, ବିଗତ ବର୍ଷରେ ମଧ୍ୟରେ ଏସଟିଏଫ୍ ବନ୍ୟଜନ୍ତଙ୍କୁ ଶିକାର କାରବାର ଉପରେ ଚଢାଉ କରି ୨୦ ଟି ବାଘ ଛାଲ, ୧୦ଟି ହାତୀ ଦାନ୍ତ, ୨ ଟି ହରୀଣ ଛାଲ, ୬ଟଇ ଜୀବନନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ୪୦ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍ ।

 
 

Related News
satta king tw