Top Stories

Search here...

News

ଆଜି ରାତି ୮ଟାରେ ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା; ସରକାର ବଂଚାଇବାକୁ ଦରକାର ଆହୁରୀ ୧୦ ସାଂସଦଙ୍କ ସମର୍ଥନ

Posted On - 1 minute ago
Edited By Jyotirmayee Patanaik
LAST UPDATED Apr 09, 2022 07:05 PM

ପିଟିଆଇ କିନ୍ତୁ ଭୋଟ୍ ନକରାଇ ଦେବାକୁ ଚିନ୍ତା କରୁଛି ବୋଲି ବିରୋଧୀ ଆଶଙ୍କା ପ୍ରକାଶ କରିଛନ୍ତି । ଯଦି ଆଜି ଭୋଟିଂ ନହେବ ତାହେଲେ ଏହା ସୁପ୍ରିମକୋର୍ଟକୁ ଅବମାନନା ବୋଲି ବିରୋଧୀ ଦଳର ନେତା କହିଛନ୍ତି ।

 

BBSR Reporters


ନୂଆଦିଲ୍ଲୀ: ଆଜି ଇମ୍ରାନଙ୍କ ପାଇଁ ଅଗ୍ନି ପରୀକ୍ଷା । ଏହାକୁ ନେଇ ଆଜି ପାକିସ୍ତାନ ସଂସଦରେ ଚାଲିଛି ଘମାଘୋଟ ଆଲୋଚନା । ରାତି ୮ଟାରେ ଅନାସ୍ଥା ଭୋଟ୍ କରାଯିବ । ବିରୋଧୀ ନେତା ବିଲାବଲ ଭୁଟୋଙ୍କ ଅଭିଯୋଗ ମୁତାବିକ ପାକିସ୍ତାନକୁ ଭାଗଭାଗ କରୁଛନ୍ତି ଇମ୍ରାନ । କୋର୍ଟଙ୍କ ନିଦେ୍ର୍ଧଶ ମାନି ଭୋଟ୍ କରାଯାଉ ବୋଲି ସେ ଅଭିଯୋଗ କରିଛନ୍ତି । ସଂସଦରେ ୩୪୨ ସାଂସଦଙ୍କ ମଧ୍ୟରୁ ବହୁମତ ସାବ୍ୟସ୍ତ ପାଇଁ ୧୭୨ ସାଂସଦଙ୍କ ସମର୍ଥନ ଦରକାର । ଇମ୍ରାନଙ୍କ ସପକ୍ଷରେ ୧୪୨ ସାଂସଦଙ୍କ ସମର୍ଥନ ରହିଥିବା ବେଳେ ବିରୋଧୀଙ୍କ ପାଖରେ ୧୯୦ ସାଂସଦଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି ।

 

ବିରୋଧୀ ଦଳ ପି.ଏମ.ଏଲ-ଏନର ସାଂସଦ ମରୟମ ନୱାଜ ବାଚସ୍ପତିଙ୍କୁ ଭେଟି ତାଙ୍କ ସମର୍ଥକ ସାଂସଦଙ୍କ ତାଲିକା ଦେଇଥିବା ସୂଚନା ରହିଛି । ଗୃହ କାର୍ଯ୍ୟ ଚାଲିବା ବେଳେ ବାଚସ୍ପତି କହିଥିଲେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ଭୋଟିଂ ହେବ । ବିରୋଧୀ ଦଳର ନେତା ଶାହାବାଜ ସରିଫ ସଂସଦରେ କହିଛନ୍ତି, ଇମ୍ରାନ ଖାନ୍ ପାକିସ୍ତାନକୁ ବରବାଦ କରିଛନ୍ତି । ଏପରି କରି ପାକିସ୍ତାନର ଭବିଷ୍ୟତକୁ ନଷ୍ଟ କରିଛନ୍ତି ।

 

ସେହିପରି ବାଚସ୍ପତିଙ୍କୁ ଟାର୍ଗେଟ କରି ଶାହବାଦ କହିଛନ୍ତି, ବାଚସ୍ପତି ସମ୍ବିଧାନର ନିୟମ ଅନୁସାରେ ଗୃହ କାର୍ଯ୍ୟ ଚଳାନ୍ତୁ । ଭୋଟ୍ ଦେବା ଛଡା କୌଣସି ବିକଳ୍ପ ନାହିଁ । ପିଟିଆଇ କିନ୍ତୁ ଭୋଟ୍ ନକରାଇ ଦେବାକୁ ଚିନ୍ତା କରୁଛି ବୋଲି ବିରୋଧୀ ଆଶଙ୍କା ପ୍ରକାଶ କରିଛନ୍ତି । ଯଦି ଆଜି ଭୋଟିଂ ନହେବ ତାହେଲେ ଏହା ସୁପ୍ରିମକୋର୍ଟକୁ ଅବମାନନା ବୋଲି ବିରୋଧୀ ଦଳର ନେତା କହିଛନ୍ତି । ଅନ୍ୟପଟେ ଇମ୍ରାନ ଖାନ ନିଜ ଦଳର ସାଂସଦ ଏବଂ ଆଇନ ପରାମର୍ଶଦାତାଙ୍କ ସହିତ ବୈଠକ କରୁଥିବା ସୂଚନା ରହିଛି ।
 

Related News
satta king tw